କନକ ବ୍ୟୁରୋ : କେବେ ମିଷ୍ଟର ଆଇପିଏଲ ଥିବା ସୁରେଶ ରୈନାଙ୍କୁ ଚଳିତ ଆଇପିଏଲ ମହାନିଲାମୀରେ କୌଣସି ଦଳ କିଣିନାହାନ୍ତି । ଦୀର୍ଘ ବର୍ଷ ଧରି ଆଇପିଏଲରେ ରାଜୁତି କରି ଆସୁଥିବା ରୈନାଙ୍କୁ କୌଣସି ଦଳ ନକିଣିବା ଏବେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଖାସକରି ଚେନ୍ନାଇ ସୁପର କିଙ୍ଗସ ରୈନାଙ୍କୁ ମହାନିଲାମୀରେ ନ କିଣିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ । ତେବେ ରୈନାଙ୍କୁ ନ କିଣିବା ପଛର କାରଣ କହିଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ ।
କାଶୀ ବିଶ୍ୱନାଥ କହିଛନ୍ତି, ଚେନ୍ନାଇ ପାଇଁ ରୈନା ଅନେକଥର ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଟିମ ଗଠନ ବେଳେ ଖେଳାଳୀଙ୍କ ଫର୍ମ ଓ ଟିମର ସନ୍ତୁଳନ ଉପରେ ଧ୍ୟାନ ରଖାଯାଏ । ଆଉ ଏଥିରେ ଚେନ୍ନାଇ ପାଇଁ ରୈନା ଫିଟ୍ ନଥିଲେ । ଆଉ ଏଭଳି କହି ରୈନାଙ୍କ ଫର୍ମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଚେନ୍ନାଇ ସୁପର କିଙ୍ଗସ୍ । ରୈନା ଦୀର୍ଘ ୧୨ ବର୍ଷ ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଚଳିତଥର ରୈନା ଟିମରେ ନ ରହିବା ଆମ ପାଇଁ କଷ୍ଟଦାୟକ ।

Advertisment

ସେହିଭଳି ଡୁ ପ୍ଲେସିସଙ୍କ ପାଇଁ ମଧ୍ୟ ନିଲାମ ନ ଡାକିବା ପଛର କାରଣ କହିଛନ୍ତି କାଶୀ ବିଶ୍ୱନାଥ । ସେ କହିଛନ୍ତି ଆମେ ଡୁ ପ୍ଲେସିସଙ୍କୁ ନିଶ୍ଚୟ ମିସ୍ କରିବୁ, କାରଣ ସେ ଦୀର୍ଘ ଗୋଟିଏ ଦଶନ୍ଧି ଧରି ଆମ ଦଳ ସହ ଥିଲେ । ତେବେ ନିଲାମର ଏହା ଅଂଶବିଶେଷ ଓ ବିଶେଷତା । ଏସବୁ ଭିତରେ ରୈନାଙ୍କୁ ଚେନ୍ନାଇ ନନେବାକୁ ନେଇ ଅନେକ କ୍ରିକେଟ ପ୍ରଂଶସକ ଚେନ୍ନାଇ ଉପରେ ବର୍ଷିଛନ୍ତି । ରୈନାଙ୍କ ଭଳି ଷ୍ଟାର କ୍ରିକେଟର ତଥା ଦଳ ପାଇଁ ଅନେକ ସମୟରେ ସଙ୍କଟମୋଚକ ସାଜିଥିଲେ ମଧ୍ୟ କିଭଳି ତାଙ୍କୁ ନିଲାମୀରେ ଦଳ ନେଲା ନାହିଁ ବୋଲି ଫ୍ରାଞ୍ଚାଇଜ ଉପରେ ପ୍ରଶ୍ନ କରିଛନ୍ତି । ଆଇପିଏଲ ଇତିହାସରେ ରୈନା ସର୍ବାଧିକ ରନ ସ୍କୋରର ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି । ରୈନା ୨୦୫ ମୁକାବିଲାରୁ ୫୫୨୮ ରନ୍ କରିଛନ୍ତି । ରୈନାଙ୍କ ଉପରେ ସର୍ବାଧିକ ସ୍କୋରର ତାଲିକାରେ ବିରାଟ କୋହଲି, ଶିଖର ଧୱନ ଓ ରୋହିତ ଶର୍ମା ରହିଛନ୍ତି । ଆଉ ସବୁଠୁ ବଡ କଥା ହେଲା ଚେନ୍ନାଇ ପାଇଁ ସବୁଠୁ ଅଧିକ ରନ୍ କରିଥିବା ଖେଳାଳୀ ହେଉଛନ୍ତି ରୈନା ।