କନକ ବ୍ୟୁରୋ: ଆଜି ଆଇପିଏଲରେ ରାଜସ୍ଥାନକୁ ଚିତ୍ କଲା ଚେନ୍ନାଇ । ଧୋନୀବାହିନୀ ଆଗରେ ଫେଲ୍ ମାରିଛି ସାମସନ୍ ବାହିନୀ । ଚେନ୍ନାଇ ଆଜି ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିବାବେଳେ ରାଜସ୍ଥାନ ମାତ୍ର ୧୪୩ ରନରେ ସୀମିତ ରହିଯାଇଛି ।
ଆଜି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଦଳ ୪୫ ରନରେ ହିଁ ନିଜର ଦୁଇ ଓପନରଙ୍କୁ ହରାଇଥିଲା । ଏହାପରେ ରନର ଗତି କମିବା ସହିତ ଦଳ ଗୋଟିଏ ପରେ ଗୋଟିଏ ଝଟକା ଖାଇଥିଲା । ଶେଷ ଆଡକୁ ଧୋନୀ ମଧ୍ୟ ମାତ୍ର ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ । ହେଲେ ଦଳର ସ୍କୋର କିନ୍ତୁ ବଢିଚାଲିଥିଲା । ଦଳ ୨୦ ଓଭର ଶେଷ ସୁଦ୍ଧା ୧୮୮ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଇଥିଲା ।
ରାଜସ୍ଥାନକୁ ଚିତ୍ କଲା ଚେନ୍ନାଇ । ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ । ମୋଇନ୍ ଅଲ୍ଲୀଙ୍କୁ ୩ ୱିକେଟ୍ ସଫଳତା । #IPL2021#CSKvRRpic.twitter.com/Ocfew9MHkw
— Kanak News (@kanak_news) April 19, 2021
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିୟା ୩ଟି ସଫଳତା ପାଇଥିବାବେଳେ କ୍ରିସ୍ ମୋରିସ ଦୁଇଟି ୱିକେଟ୍ ହାତେଇଥିଲେ । ମୁସ୍ତାଫିଜୁର ରେହମାନ ଓ ତେୱାଟିଆ ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ବି ପରେ ଲଗାତାର ଝଟକା ଖାଇଥିଲା । ଦଳର ମଧ୍ୟମକ୍ରମ ପୂରା ବିଫଳ ହେବା ସହିତ ଦଳ ମାତ୍ର ୧୪୩ ରନରେ ସୀମିତ ରହିଯାଇଥିଲା । ଚେନ୍ନାଇ ପକ୍ଷରୁ ମୋଇନ୍ ଅଲ୍ଲୀ ୩ଟି ସଫଳତା ପାଇଥିବାବେଳେ ସାମ କରନ ଓ ଜାଡେଜା ଦୁଇଟି ଲେଖାଏଁ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/aaaaa-1.jpg)