ପଞ୍ଜାବକୁ ଚିତ୍ କଲା ଚେନ୍ନାଇ । ୬ ୱିକେଟରେ ପଞ୍ଜାବକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍ ।

94

କନକ ବ୍ୟୁରୋ: ଆଜି ଏକ ଲୋ-ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଚିତ୍ କରିଛି ଚେନ୍ନାଇ ସୁପର କିଙ୍ଗସ । ପଞ୍ଜାବର ୧୦୭ ରନର ଟାର୍ଗେଟକୁ ସିଏସକେ ମାତ୍ର ଚାରି ୱିକେଟ ହରାଇ ଜିତି ନେଇଛି । ଏହାସହ ଚଳିତ ସିଜିନରେ ପ୍ରଥମ ବିଜୟର ସ୍ୱାଦ ଚାଖିଛି ଧୋନୀବାହିନୀ ।

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସିଏସକେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ହେଲେ ଦଳ ଆରମ୍ଭରୁ ହିଁ ବଡ ଝଟକା ଖାଇଥିଲା । ମୟଙ୍କ ଅଗ୍ରୱାଲ, ରାହୁଲ, ଗେଲ ଓ ନିକୋଲସ ପୁରନ ମାତର୍ ୧୯ ରନ ଭିତରେ ପ୍ୟାଭିଲିୟନ ଫେରିଥିଲେ । ଦଳ ୮୭ ରନରେ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂଘର୍ଷ କରିଥିଲା । ଶେଷ ଆଡକୁ କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ଶାହାରୁଖ ଖାନ କିଛି ଦର୍ଶନୀୟ ସଟ୍ ଖେଳିବା ସହିତ ଦଳର ସ୍କୋରକୁ ଶହେ ପାର୍ କରାଇଥିଲେ ।
ଏହାପରେ ୧୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଦଳ ପାଇଁ ଡୁ ପ୍ଲେସିସ୍ ଓ ମୋଇନ ଅଲ୍ଲୀ ଚମକ୍ରାର ସଟ୍ ଖେଳିବା ସହିତ ଦଳକୁ ବିଜୟ ଆଡକୁ ନେଇଯାଇଥିଲେ । ଏହାପରେ ଡୁ ପ୍ଲେସିସ୍ ଓ ସାମ କରନ୍ ଯୋଡି ଦଳକୁ ବିଜୟୀ କରାଇଥିଲେ ।