ଉଦଘାଟନୀ ମ୍ୟାଚରେ ଚମକିଲା ଚେନ୍ନାଇ : ମୁମ୍ବାଇକୁ ୫ ୱିକେଟରେ ମାତ ଦେଇ ବିଜୟ ହାସଲ କଲା ଧୋନୀ ବାହିନୀ

939

କନକ ବ୍ୟୁରୋ : ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଦମଦାର ବିଜୟ ହାସଲ କରିଛି । ଅମ୍ବାତି ରାୟୁଡୁ ଓ ଫାପ ଡୁ ପ୍ଲେସିସଙ୍କ ଚମତ୍କାର ଇଂନିସ ବଳରେ ଦଳ ଏହି ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଛି । ଦଳ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୭୧ ରନ କରିଥିବା ବେଳେ ଡୁପ୍ଲେସସି ୫୦ ରନ କରିଛନ୍ତି ।

୧୬୩ ରନର ବିଜୟ ହାସଲ ନେଇ ପଡିଆକୁ ଓହ୍ଲାଇଥିବା ଚେନ୍ନାଇର ଦୁଇ ଓପନ ମୁରଲୀ ବିଜୟ ଓ ସେନ ୱାଟସନ ବିଫଳ ହୋଇଥିଲେ । ହେଲେ ଦଳ ପକ୍ଷରୁ ଫାପ୍ ଡୁପ୍ଲେସିସ ଓ ଅମ୍ବାତି ରାୟୁଡୁ ଲମ୍ବା ଇଂନିସ ଖେଳି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ । ଫଳରେ ଦଳ ଏହି ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଥିଲା ।

ଚେନ୍ନାଇ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଲାଇଥିଲା । ହେଲେ ଚେନ୍ନାଇର ବୋଲର ମାନଙ୍କୁ ସାମ୍ନା କରିପାରିନଥିଲା ମୁମ୍ବାଇ । ଫଳରେ ଦଳ ୨୦ ଓଭରରେ ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।