କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା ହରଭଜନ ସିଂ, ଏହି ଅବସରରେ ଟୁଇଟ୍ କରି ସିଏସକେ ମ୍ୟାନେଜମେଂଟ ଓ ଫ୍ୟାନଙ୍କୁ ଜଣାଇଛନ୍ତି ଧନ୍ୟବାଦ୍ ।
Singams for the Super Summer ahead! #Yellove#WhistlePodu 🦁💛 pic.twitter.com/nZAbIxgnPW
— Chennai Super Kings (@ChennaiIPL) January 20, 2021
୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମୀ ଆରମ୍ଭ ହୋଇନଥିବା ବେଳେ ସିଏସକେ ନିଜ ୧୮ ଜଣିଆ ଦଳ ଘୋଷଣା କରିଛି । ସିଏସକେ ନିଜ ଟ୍ୱିଟର ଆକାଉଣ୍ଟରେ ଖେଳାଳିଙ୍କ ଲିଷ୍ଟ ସେୟାର କରିଛି । ଦଳରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ରହିଛନ୍ତି ।
ଦଳ: ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ରିବନ୍ଦ୍ର ଜାଡେଜା, ସାମ କୁରାନ, ଫାପ ଡୁ ପ୍ଲେସିସ, ଦିପକ ଚହର, ଜୋସ ହାଜେଲହୁଡ, ଋତୁରାଜ ଗାଏକ୍ୱାର୍ଡ, ଏନ ଜଗଦିଶନ, ଲୁଙ୍ଗି ନିଗିଡି, ସାର୍ଦ୍ଦୁଲ ଠାକୁର, ଅମ୍ବାତି ରାଇଡୁ, ଆର ସାଇ କିଶୋର, ମିଚେଲ ସାଣ୍ଟନର, କରନ ଶର୍ମା, ଇମ୍ରାନ ତାହିର, କେଏମ ଆସିଫ ।