ଆଇପିଏଲ ୨୦୨୪ ପାଇଁ ଆଜି କାର୍ଯ୍ୟସୂଚୀ ଜାରି କରିପାରେ ବିସିସିଆଇ । ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇପାରେ ଉଦଘାଟନୀ ମ୍ୟାଚ୍ ।

ଆଇପିଏଲ ୨୦୨୪ ପାଇଁ ଆଜି କାର୍ଯ୍ୟସୂଚୀ ଜାରି କରିପାରେ ବିସିସିଆଇ । ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇପାରେ ଉଦଘାଟନୀ ମ୍ୟାଚ୍ ।

କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୪ ପାଇଁ ଆସିପାରେ କାର୍ଯ୍ୟସୂଚୀ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ଆଇପିଏଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିପାରେ ବିସିସିଆଇ । ପ୍ରଥମ ମ୍ୟାଚ୍ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଦେଖିବାକୁ ପାଇପାରନ୍ତି କ୍ରିକେଟପ୍ରେମୀ । ୨୨ ମାର୍ଚ୍ଚରେ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ ।

ପ୍ରଥମ ପର୍ଯ୍ୟାୟରେ ୧୫ ଦିନର ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଜାରି କରିପାରେ ବିସିସିଆଇ । ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିପାରେ ବିସିସିଆଇ । ୨୨ ମାର୍ଚ୍ଚରେ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ମେ’ ୨୬ରେ ଫାଇନାଲ ମୁକାବିଲା ଖେଳାଯିବ । ଚଳିତ ଆଇପିଏଲରେ ୭୪ଟି ମ୍ୟାଚ୍ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe