କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଡୁପ୍ଲେସିସ ଓ ମୋଇନ ଅଲ୍ଲୀଙ୍କ ପାର୍ଟନରସିପ ଦଳକୁ ବଡ ସ୍କୋର କରିବାରେ ସହାୟତା କରିଛି । ଫଳରେ ଚେନ୍ନାଇ ୧୯୨ ରନର ବିଶାଳ ସ୍କୋର କରିଛି । ଏବେ କୋଲକାତା ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ବୋଲରଙ୍କୁ ସାମ୍ନା କରିବାକୁ ହେବ ।
ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ ଦଳ । ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଖେଳାଳି । ଚେନ୍ନାଇ ପକ୍ଷରୁ ଫାପ ଡୁପ୍ଲେସିସ ୮୬, ମୋଇନ ଅଲ୍ଲୀ ୩୭, ରବିନ ଉଥପ୍ପା ୩୧ ଓ ଗାଏକ୍ୱାଡ ୩୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୧୯୨ ରନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/er.jpg)