ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ । ୧୭୯ ରନ କଲା ଚେନ୍ନାଇ । ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ।

321

କନକ ବ୍ୟୁରୋ : ଆଜିର ମ୍ୟାଚରେ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ୧୭୯ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ୱିକେଟ ଉପରେ ଧ୍ୟାନ ଦେବାକୁ ହେବ ।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇର ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳର ଉପରକ୍ରମ ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ହେଲେ ନିମ୍ନକ୍ରମରେ ଆସିଥିବା ଜାଡେଜା ଚମତ୍କାର ଖେଳିଥିଲେ । ଦଳ ପକ୍ଷରୁ ଡୁପ୍ଲେସିସ ୫୮, ଅମ୍ବାତି ରାଇଡୁ ୪୫, ୱାଟସନ ୩୬ ରନ ଓ ଜାଡେଜା ୩୩ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୭୯ ରନ କରିଛି ।

ଏବେ ୧୮୦ ରନର ବିଜୟ ଲ କ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ । ଦିଲ୍ଲୀରେ ରିଷବ ପନ୍ତ, ଶ୍ରେୟାସ ଆୟାର, ପୃଥୀ ଶ’ ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ସହଜ ହେବ ବୋଲି କୁହାଯାଉଛି ।