ବାତ୍ୟା ବେଳେ ସାମ୍ନାକୁ ଆସିଲା ବିରଳ ଚିତ୍ର: ନର୍ଦ୍ଦମା ପାଣି ହେଉଛି ବିଶୁଦ୍ଧ ପାନୀୟ ଜଳ, ସମୁଦ୍ର ଲୁଣି ପାଣି ହେଉଛି ମଧୁର ଜଳ

ସ୍ୱତନ୍ତ୍ର ଜଳ ବିଷୋଧନକାରୀ ଯନ୍ତ୍ର ସହ ଗୁଜୁରାଟରୁ ଆସିଲା ଆସିଲା ବସ୍

311

କନକ ବ୍ୟୁରୋ: ବାତ୍ୟା ବେଳର ବିରଳ ଚିତ୍ର । ନର୍ଦ୍ଦମା ପାଣି ହେଲା ବିଶୁଦ୍ଧ ପାଣି । ନର୍ଦ୍ଦମା ପାଣିକୁ ପରିଷ୍କାର କରିବା ସହ ଏହାକୁ ବାତ୍ୟା ପ୍ରଭାବିତଙ୍କୁ ଯୋଗାଇ ଦେବା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ବାତ୍ୟା ପରବର୍ତୀ ସ୍ଥିତିରେ ପିଇବା ପାଣିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲୀ କାକଟପୁର ଅଂଚଳରେ । ଗୁଜୁରାଟର ୱାଡନଗରରୁ ପୁରୀ ଜିଲ୍ଲାର କାକଟପୁରକୁ ଆସିଛି ୱାର୍ଟର ପ୍ୟୁରି ଫାୟର ବା ଜଳ ବିଶୋଧନ ଯନ୍ତ୍ର ଥିବା ଏକ ସତନ୍ତ୍ର ବସ୍ ।

ଗତ ୩ ତାରିଖରେ ଓଡ଼ିଶାରେ ଫୋନି ମାଡ଼ ହେବା ପରେ ଗୁଜୁରାଟରୁ ବାହାରିଥିଲା ଏହି ବସ୍ । ଏହି ବସରେ ପାଣିକୁ ବିଶୋଧନ କରିବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରପାତି ଲାଗିଛି । ଏଥିରେ ଲାଗିଥିବା ମେସିନ୍ ସହାୟତାରେ ଯେ କୌଣସି ନାଳ-ନର୍ଦ୍ଦମାର ପାଣିକୁ ବି ବିଶୁଦ୍ଧ କରାଯାଇ ପାରୁଛି । ଏମିତି କି ସମୁଦ୍ରର ଲୁଣି ପାଣିକୁ ବି ମଧୁର ଜଳରେ ରୁପାନ୍ତରିତ କରିପାରୁଛି ଏହି ମେସିନ୍ । ସବୁଠାରୁ ବଡ କଥା ହେଲା ଏହି ମେସିନ୍ ସହାୟତାରେ ଘଂଟାକୁ ୪ ହଜାର ଲିଟର୍ ଯାଏଁ ଅପରିଷ୍କାର ପାଣିକୁ ପରିଷ୍କାର କରିପାରୁଛି ।

ବିଜ୍ଞାନ ଓ କାରିଗରି ମନ୍ତ୍ରାଳୟ ପକ୍ଷରୁ ପରିଚାଳିତ ହେଉଥିବା ସିଏସ୍ଆଇଆର୍ ପକ୍ଷରୁ ଏହି ବସ୍ଟି ଓଡ଼ିଶା ଆସିଛି । ଏହି ଅନୁଷ୍ଠାନ ପକ୍ଷରୁ ଦେଶର ୩୮ଟି ସ୍ଥାନରେ ଏଭଳି ଗବେଷଣା କରି ଆସୁଛି । ଏମିତି କି ବାତ୍ୟ ଏବଂ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଏହି ଅନୁଷ୍ଠାନ ତରଫରୁ ଏହି ଭଳି ସେବା ଯୋଗଇ ଦିଆଯାଇଥାଏ । ତେବେ ବାତ୍ୟ ପରବର୍ତୀ ସ୍ଥିତିରେ ଓଡ଼ିଶାରେ ପାଣିକୁ ନେଇ ଚାରିଆଡେ ହାହାକାର ଥିବା ବେଳେ ଏହି ସ୍ୱତନ୍ତ୍ର ବସଟି ଏବେ ବରଦାନ ଭଳି ସାବ୍ୟସ୍ତ ହୋଇଛି ।