କନକ ବ୍ୟୁରୋ : ବିବାଦ ଭିତରେ ଏନଟିଏର ବଡ ନିଷ୍ପତ୍ତି । ସିଏସଆଇଆର-ୟୁଜିସି ଓ ଏନଇଟି ପରୀକ୍ଷା ସ୍ଥଗିତ । ଏହିସବୁ ପରୀକ୍ଷା ଜୁନ ୨୫ ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା । ହେଲେ ଅନିବାର୍ଯ୍ୟ କାରଣ ଦର୍ଶାଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଏସବୁ ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ପରୀକ୍ଷା ସ୍ଥଗିତ ରଖିବାର କାରଣ ଲଜିଷ୍ଟିକ ସମସ୍ୟା ବୋଲି କହିଛି ଏନଟିଏ । ଏହି ପରୀକ୍ଷା କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ସୂଚୀ ଜାରି କରାଯିବ ବୋଲି ଏନଟିଏ ସୂଚନା ଦେଇଛି । ନୂଆ ପରୀକ୍ଷା ସୂଚୀ ଏନଟିଏ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।

Advertisment