କନକ ବ୍ୟୁରୋ: ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ଇଞ୍ଜିନିୟର୍ସ ଅନୁଷ୍ଠାନ (ଆଇଇଟିଇ) ହେଉଛି ଭାରତର ଅଗ୍ରଣୀ ସ୍ୱୀକୃତି ପ୍ରାପ୍ତ ବୃତ୍ତିଗତ ସମାଜ ଯାହା ଇଲେକ୍ଟ୍ରୋନିକ୍ସ, ଟେଲି ଯୋଗାଯୋଗ ଏବଂ ଆଇଟିର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତିପାଇଁ ଉତ୍ସର୍ଗୀକୃତ ଏବଂ ଏହା ୧୯୫୩ ରେ ସ୍ଥାପିତ ହୋଇଥିଲା |ପ୍ରତି ବର୍ଷ ଆଇଇଟିଇ ପୁରସ୍କାର ଏବଂ ପଦକ ଆକାରରେ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ କ୍ଷେତ୍ରରେ ବିଶିଷ୍ଟ ବୃତ୍ତିଗତମାନଙ୍କୁ ସ୍ୱୀକୃତି ଦେଇଥାଏ | ଚଳିତବର୍ଷ ଆଇଇଟିଇ ପୁରସ୍କାର ସମାରୋହ ସେପ୍ଟେମ୍ବର ୨୫, ୨୦୨୨ ରେ ହାଇଦ୍ରାବାଦରେ ଆୟୋଜିତ ୬୫ ତମ ବାର୍ଷିକ ଆଇଇଟିଇ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରକ୍ଷାମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ଜି ସାଥିଶରେଡ୍ଡୀ ମୁଖ୍ୟ ଅତିଥି ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡକ୍ଟର ଟିଏଚ ଚୌଡେରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲସ ଆଣ୍ଡ ମେଟେରିଆଲସ ଟେକ୍ନୋଲୋଜି, ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡ. ସନ୍ତୋଷକୁମାର ବେହେରାଙ୍କୁ ୨୦୨୨ ଆଇଇଟିଇ-ହରିରାମଜୀ ତୋଶନିୱାଲ ପୁରସ୍କାର ଦ୍ୱାରା ପୁରସ୍କୃତ କରାଯାଇଛି।

ଏହି ପୁରସ୍କାର ଜଣେ ଏପରି ବ୍ୟକ୍ତିଙ୍କୁ ଦିଆଯାଏ ,ଯାହାର ଶିଳ୍ପ କ୍ଷେତ୍ରରେ ବ୍ୟବହାରିକ ପ୍ରୟୋଗ ଥିବା ଉଲ୍ଲେଖନୀୟ ଏବଂ ଅଭିନବ କାର୍ଯ୍ୟ ଦ୍ୱାରା ଭାରତ ଏବଂ ବିଦେଶରେ ବ୍ୟବହାର ପାଇଁ ଇଲେକ୍ଟ୍ରୋନିକ ଉପକରଣ ଏବଂ ଆନୁସଙ୍ଗିକ ବ୍ୟବସ୍ଥାର ବିକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଅବଦାନ ଅଛି| ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଡକ୍ଟର ବେହେରାଙ୍କ ଦ୍ୱାରା ବିକଶିତ ଆଇ-ଅନ୍-ପେଲେଟ୍ଏବଂ ଏକ୍ସପର୍ଟ-ଆଇ-ଅନ୍-ପେଲେଟ୍ନାମକଟେକ୍ନୋଲୋଜି ଭାରତର ଅଗ୍ରଣୀ ଇସ୍ପାତ କାରଖାନା ଦ୍ୱାରା ବ୍ୟବହାର କରାଯାଉଛି |