ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । କହିଲେ, ତଦନ୍ତ ଚାଲିଛି, ସିସିଟିଭିରୁ ତଥ୍ୟ ମିଳିଛି ।

108

କନକ ବ୍ୟୁରୋ : ଚୁଲି ଭଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଜିପି ସୁନୀଲ ବଂଶଲ । ତେବେ ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । କହିଛନ୍ତି, ପୋଲିସ ତଦନ୍ତ କରୁଛି, ସିସିଟିଭିରୁ ତଥ୍ୟ ମିଳିଛି । ତେବେ ଭବିଷ୍ୟତରେ ଏଭଳି ଯେପରି ନଘଟେ, ସେନେଇ ପଦକ୍ଷେପ ନିଆଯିବ ।