କନକ ବ୍ୟୁରୋ : ପାଖରେ ଅର୍ଥ ନଥିଲା ହେଲେ ସ୍ୱପ୍ନ ଥିଲା ଅଚଳାଚଳ ସମ୍ପତ୍ତିର ମାଲିକ ହେବାକୁ । ଏମିତି କିଛି ଚିନ୍ତା କରୁ କରୁ ତାଙ୍କୁ ମୁଣ୍ଡକୁ ଆସିଥିଲା କ୍ରିପ୍ଟୋ କରେନ୍ସିର କଥା । ହେଲେ ଅର୍ଥ ନଥିବାରୁ ଶେଷରେ ନିଜେ ରହୁଥିବା ଘରକୁ ବିକ୍ରି କରି କ୍ରିପ୍ଟୋ କରେନ୍ସିରେ ନିବେଶ କରିଦେଲେ ଘରବିକା ପଇସା । ଭାଗ୍ୟ ସାଥଦେଲା ଓ ଶେଷରେ ସେ ଏତେ ଲାଭବାନ ହେଲେ ଯେ ଏସିଆର ସବୁଠୁ ଧନୀବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଲେ ।

Advertisment

କ୍ରିପ୍ଟୋ ବଜାରକୁ ନିବେଶର ସବୁଠାରୁ ଅସ୍ଥିର ବଜାର ଭାବେ ଗଣନା କରାଯାଏ । ଏହାରି ମଧ୍ୟରେ କ୍ରିପ୍ଟୋକୁ ନେଇ ଏକ ଚମକାଇଦେବା ଭଳି ଖବର ସାମ୍ନାକୁ ଆସିଛି । ଯେଉଁଠାରେ କି ଜଣେ ବ୍ୟକ୍ତି ନିଜର ଘର ବିକ୍ରି କରି କ୍ରିପ୍ଟୋ କରେନ୍ସିରେ ନିବେଶ କରି ଆଜି ଏସିଆ ମହାଦେଶର ସବୁଠାରୁ ଧନ୍ୟ ବ୍ୟକ୍ତି ହୋଇପାରିଛନ୍ତି । ଆମେ କହୁଛୁ ବିନାନ୍ସ କମ୍ପାନୀର ସିଇଓ ଛାଙ୍ଗପେଙ୍ଗ ଝାଓଙ୍କ କଥା । ଯିଏ କି ଏବେ ସମ୍ପତ୍ତି ମାମଲାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ବିନାନ୍ସ କମ୍ପାନୀ ଯାହାକି କ୍ରିପ୍ଟୋ ଏକ୍ସଚେଞ୍ଜ ସଂଚାଳିତ କରିଥାଏ । ଏଭଳି କରି ବିନାନ୍ସ କମ୍ପାନୀର ସିଇଓ ଛାଙ୍ଗପେଙ୍ଗ ଝାଓ ଏବେ ଦୁଦିଆର ଶୀର୍ଷ ଆରବପତି ତାଲିକାରେ ସାମିଲ ହୋଇ ପାରିଛନ୍ତି । ଏକ ରିପୋର୍ଟ ମୁତାବକ ଗତ ବୁଧବାର ସୁଧା ଝାଓଙ୍କ ସମ୍ପତ୍ତି ୯୬.୫ ଆରବ ଡଲାରରେ ପହଂଚିଛି । ଏହି ଆକଳନ ମୁତାବକ ଏବେ ଝାଓଙ୍କ ମୋଟ ସମ୍ପତ୍ତି ଓରେକଲର ସଂସ୍ଥାପକ ଲେରୀ ଏଲିସନଙ୍କ ଠିକ ତଳେ ଓ ମୁକେଶ ଅମ୍ବାନୀଙ୍କ ଠିକ ଉପରେ ରହିଛି ।

ଏକ ରିପୋର୍ଟ ମୁତାବକ ଝାଓ ଗୋଟିଏ ସମୟରେ ବର୍ଗର ପ୍ରସ୍ତୁତ କରୁଥିବା କମ୍ପାନୀର ଟିମ ସହିତ କାମ କରୁଥିଲେ । ଏହାପରେ ସେ ୨୦୧୭ ମସିହାରେ କ୍ରିପ୍ଟୋ ଏକ୍ସଚେଞ୍ଜ ନେଇ ବିନାନ୍ସ କମ୍ପାନୀ ଆରମ୍ଭ କରିଥିଲେ । ଏଥିପାଇଁ ସେ ନିଜର ଫ୍ଲାଟ ବି ବିକ୍ରି କରିଦେଇଥିଲେ । ରିପୋର୍ଟ ମୁତାବକ ଝାଓଙ୍କ ପାଖରେ ଏବେ ବିନାନ୍ସ କମ୍ପାନୀର ୯୦ ପ୍ରତିଶତ ଅଂଶଧନ ରହିଛି । ଏହାସହ ୨୦୨୧ ମସିହାରେ ବିନାନ୍ସ ୨୦ ଆରବ ଡଲାର ରେଭିନ୍ୟୁ ଜେନେରେଟ କରିଛି ।

ବିନାନ୍ସ ତରଫରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, କ୍ରିପ୍ଟୋ ଏବେ ବିକାଶର ପାଦଦେଶରେ ରହିଛି । ଆଜିର ନିବେଶ ଆପଣଙ୍କୁ ଆଶନ୍ତାକାଲି ନିଶ୍ଚିନ୍ତ ଭାବେ ଲାଭ ଦେବ ବୋଲି କୁହାଯାଇଛି । ଅନ୍ୟପଟେ କ୍ରିପ୍ଟୋ ଫାଇଲ୍ସ ଦୁନିଆରେ ଝାଓଙ୍କୁ ସି ଜେଡ ଭାବେ ଗଣତି କରୁଛି ।