ବର୍ଷା ପାଣିରେ ବୁଡିଲା ମୋ ବସ୍ । ୮ ନମ୍ବର ରୁଟରେ ବସ୍ ଚଳାଚଳ ବନ୍ଦ କଲା କ୍ରୁଟ୍ ।

159

କନକ ବ୍ୟୁରୋ : ବର୍ଷା ପାଣିରେ ମୋ ବସ ବୁଡିବା ପରେ କ୍ରୁଟ୍ ନେଲା ବଡ ନିଷ୍ପତ୍ତି । ୮ ନମ୍ବର ରୁଟରେ ମୋ ବସ୍ ଚଳାଚଳ ବନ୍ଦ କଲା କ୍ରୁଟ । ଜଟଣୀକୁ ଯାଉଥିବା ବସ ଚଳାଚଳ ବନ୍ଦ କଲା କ୍ରୁଟ। ଜଟଣୀରେ ମୋ ବସ ପାଣିରେ ଫସିବା ଯୋଗୁ ଏଭଳି ନିଷ୍ପତି ନିଆଯାଇଛି। ଏହି ରୁଟରେ ମୋଟ ୧୧ଟି ବସ ଚଳାଚଳ କରୁଥିଲା। ମାଷ୍ଟର କ୍ୟାଣ୍ଟିନ ଛକରୁ ଜଟଣୀ ଯାଉଥିଲା ବସ ।

ଆଜି ଭୁବନେଶ୍ୱରରେ ଦିନ ତମାମ ବର୍ଷା ଜାରି ରହିଥିଲା । ଫଳରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିଲା । ଏହାସତ୍ତେ୍ୱ ମଧ୍ୟ ବସ ଚଳାଚଳ ଜାରି ରହିଥିଲା । ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଜାରି ରହିଥିଲା । ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭର ବ୍ରିଜ୍ ତଳେ ବର୍ଷା ପାଣିରେ ଫସି ରହିଥିଲା ମୋ ବସ୍ । ଯେଉଁଥିରେ ୨୫ରୁ ୩୦ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜଟଣୀରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବସଟି ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ବେଳେ ବସରେ ଥିବା ଲୋକେ ପାଣିରେ ପହଁରି ପହଁରି ଆସୁଥିବାର ଦେଖିବାକୁ ମିଳିଥିଲା ।