କନକ ବ୍ୟୁରୋ : ଜଣେ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ମୁମ୍ବାଇରୁ ଗୋଆ ମଧ୍ୟରେ ଚଳାଚଳ କରୁଥିବା ବିଳାସମୟ ଜାହାଜ ‘କର୍ଡେଲିଆ’ରେ ଅନୁନ୍ୟ ୨୦୦୦ ଯାତ୍ରୀ ଫସି ରହିଛନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ମୁମ୍ବାଇରୁ ଯାଇଥିବା ଉକ୍ତ ଜାହାଜଟି ‘ମୋର୍ମୁଗାଓ କ୍ରୁଜ୍‌ ଟର୍ମିନାଲ୍‌’ରେ ଲଙ୍ଗର୍‌ ପକାଇଛି। ଗୋଆରେ ଥିବା ଡକ୍‌ରେ ଲଙ୍ଗର୍‌ ପକାଇବାକୁ ‘ମୁମ୍ବାଇ ପୋର୍ଟ ଟ୍ରଷ୍ଟ୍‌’ ଉକ୍ତ କ୍ରୁଜ୍‌ ଜାହାଜକୁ ଅନୁମତି ଦେଇ ନ ଥିଲେ।

Advertisment

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ସେଥିରେ ଥିବା ୨୦୧୬ ଜଣ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଭାସ୍କୋର ‘ସାଲ୍‌ଗାଓଁକର୍‌ ମେଡିକାଲ୍‌ ରିସର୍ଚ ସେଣ୍ଟର୍‌’ ଦ୍ୱାରା ସେମାନେ ଯାତ୍ରୀମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଉଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଜାହାଜରେ ରହିବା ଲାଗି ସରକାରୀ କର୍ତ୍ତୃପକ୍ଷମାନେ ଯାତ୍ରୀମାନଙ୍କୁ କହିଛନ୍ତି। ନମୁନା ପରୀକ୍ଷା ଫଳାଫଳକୁ ଯାତ୍ରୀମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଛନ୍ତି।

ସଂକ୍ରମିତ ଜାହାଜ କର୍ମଚାରୀଙ୍କୁ ‘ଆଇସୋଲେସନ୍‌’ରେ ରଖାଯାଇଛି। ସେ ସଙ୍କ୍ରମିତ ବୋଲି ‘ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ’ରୁ ଜଣାପଡ଼ିଥିଲା।