ଚାନ୍ଦିପୁରରେ କ୍ରୁଜ ମିଜାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ : ୧୦ଟା ୩୩ କରାଗଲା ପରୀକ୍ଷଣ

Advertisment
ଚାନ୍ଦିପୁରରେ କ୍ରୁଜ ମିଜାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ : ୧୦ଟା ୩୩ କରାଗଲା ପରୀକ୍ଷଣ

କନକ ବ୍ୟୁରୋ : ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ଏହି କ୍ଷେପଣାସ୍ତ୍ରକୁ ଆଜି ୧୦ଟା ୩୩ ମିନିଟ ସମୟରେ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଭାରତୀୟ ସେନାରେ ସାମିଲ ହୋଇଥିବା ଏହି ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ହଜାରେ କିଲୋମିଟର ମାରକ କ୍ଷମତା ରହିଛି। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆରଡିଓ) ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ‘ନିର୍ଭୟ’ କ୍ଷେପଣାସ୍ତ୍ର ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା ସହ ସଠିକ୍‍ ଭାବେ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହାୱକ୍‍ କ୍ଷେପଣାସ୍ତ୍ର ସହ ସମାନ ରହିଛି।

ସୂଚନା ମୁତା‌ବକ, ଚୀନ ଏବଂ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଭାରତ ଏକ ଦୂର ମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ମିଜାଇଲ କଣ୍ଟ୍ରୋଲ ରେଜିମ (ଏମ୍‍ଟିସିଆର) ଯୋଗୁଁ ଏଭଳି କ୍ଷେପଣାସ୍ତ୍ର ବିକାଶ କରିବାକୁ ଅନ୍ୟ ଦେଶର ସହଯୋଗ ମିଳିପାରିନଥିଲା। ଏହାବାଦ ଡିଆରଡିଓ ଏକାକୀ ‘ନିର୍ଭୟ’ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe