ଶାହାରୁଖଙ୍କୁ ସମର୍ଥନ କରି ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ ଏମିତି କଥା

142

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଶାହାରୁଖଙ୍କ ପୁଅ ଆରୟନଙ୍କୁ ଗିରଫ କରିଥିଲା । ଏହାପରେ ଆରୟନଙ୍କୁ ଜାମିନରେ ଆଣିବାକୁ ଶାହାରୁଖଙ୍କୁ ବହୁ କସରତ କରିବାକୁ ପଡିଥିଲା । ଏହାରି ମଧ୍ୟରେ ଖବର ଆସିଛି କି ଯେତେବେଳେ ଆରୟନ ଜେଲରେ ଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ଚିଠି ଲେଖିଥିଲେ । ଶାହାରୁଖଙ୍କୁ ଚିଠିଲେଖି ରାହୁଲ ତାଙ୍କୁ ଧର୍ଯ୍ୟ ଧରିବା ସହ ଦେଶ ଆପଣଙ୍କ ସହ ରହିଛି ବୋଲି କହିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଗତ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ସ୍ୱୀକାର କରିଥିଲା । ଅକ୍ଟୋବର ୨ ତାରିଖରେ ଯେତେବେଳେ ଏନସିବି କ୍ରୁଜ ପାର୍ଟି ଉପରେ ଚଢାଉ କରିଥିଲା ସେତେେବେଳ ଆରୟନଙ୍କ ସହ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧାମେଚା ଧରାପଡିଥିଲେ । ସେସନ କୋର୍ଟ ୨ ଥର ଆରୟନଙ୍କ ଜାମିନ ଖାରଜ କରିଥିଲା । ତୃତୀୟ ଥର ଆରୟନଙ୍କ ଓକିଲଙ୍କ ପ୍ରଚେଷ୍ଠାରେ ତାଙ୍କୁ ଜାମିନ ମିଳିଥିଲା ।

ଡ୍ରଗ୍ସ ମାମଲାରେ ଆରୟନଙ୍କ ଗିରଫଦାରୀ ପରେ ବଲିଉଡର ନାମୀଦାମୀ କଳାକାଳ ଆରୟନ ଖାନଙ୍କ ସମର୍ଥନରେ ବାହାରିଥିଲେ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ଲଗାତର ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ । ସେପଟେ ଶାହାରୁଖଙ୍କ ପ୍ରଶଂସକମାନେ ଆରୟନଙ୍କୁ ନେଇ ବ୍ୟତିବ୍ୟସ୍ତ ହୋଇପଡୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ଚିଠି ଲେଖିଥିବା କଥା ଏବେ ଜଣାପଡିଛି  ।