ପୁଣି ଜେଲ ଫେରିଗଲେ ଆରୟନ ଖାନ, କୋର୍ଟରେ ଜାମିନ ଆବେଦନ ଖାରଜ

195

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ମାମଲାରେ ଆଜି ପୁଣିଥରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ନିରାଶ ହୋଇଛନ୍ତି । ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ଆଜି ଆବେଦନକୁ ଖାରାଜ କରିଦେଇଛନ୍ତି । ଡ୍ରଗ୍ସ ମାମଲାରେ ଫସିଥିବା ଆରୟନଙ୍କ ଜାମିନ ଆବେଦନ ଉପରେ କିଛିଦିନ ହେବ ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି କୋର୍ଟ । ଅକ୍ଟୋବର ୧୪ ତାରିଖରେ ସେସନ କୋର୍ଟର ଜଜ୍ ଓକିଲଙ୍କ ଦଲିଲ୍ ଶୁଣିବା ପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । କେବଳ ଆରୟନ ନୁହଁନ୍ତି ଏହି ମାମଲାରେ ଛନ୍ଦି ହୋଇଥିବା ଅରବାଜ ମଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ବି ଖାରଜ କରିଛନ୍ତି କୋର୍ଟର୍ । କହିରଖୁ କି ଆରୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଅକ୍ଟୋବର ୩ ତାରିଖ ଦିନ ଗିରଫ ହୋଇଥିଲେ । ସେବେଠାରୁ ୧୭ ଦିନ ହେବ ସେ ଜେଲରେ ଅଛନ୍ତି

ଏନସିବି ଅଭିଯୋଗ କରିଛି କି ଗୋଆ ଯାଉଥିବା ଏକ କ୍ରୁଜ ସିପ୍ ରେ  ଡ୍ରଗ୍ସ ପାର୍ଟି ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ଆରୟନ ସାମିଲଥିଲେ । ଅନ୍ୟପଟେ ଆରୟନଙ୍କ ଓକିଲ କହିଥିଲେ କି ଆରୟନ ସେହି ପାର୍ଟିରେ ସାମିଲ ଥିଲେ ବି ଏନସିବି ତାଙ୍କ ନିକଟରୁ କୌଣସି ମାଦକ ଦ୍ରର୍ବ୍ୟ ଜବତ୍ କରିନାହିଁ । ତେଣୁ ତାଙ୍କୁ ଜାମିନରେ ଛାଡିବାକୁ କୋର୍ଟରେ ଯୁକ୍ତି ବାଢିଥିଲେ ଆରୟନଙ୍କ ଓକିଲ । ହେଲେ କୋର୍ଟ ଏହି ମାମଲାରେ ଆରୟନଙ୍କ ସମେତ ତାଙ୍କ ସହ ଗିରଫ୍ ହୋଇଥିବା ଅରବାଜ ମଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।