ହେପାଜତ ଉପରେ ଓକିଲଙ୍କ ଯୁକ୍ତି: କହିଲେ ‘ଡ୍ରଗ୍ସ ବ୍ୟବସାୟ କରିବା ଦରକାର ନାହିଁ , ଆରୟନ ଚାହିଁଲେ ପୁରା ସିପ କିଣି ପାରିବେ’

2,110

କନକ ବ୍ୟୁରୋ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆରୟନଙ୍କ ସମସ୍ୟା ବଢିବାରେ ଲାଗିଛି । ହେପାଜତ ସମୟକୁ ବଢାଇବାକୁ ନେଇ ମାଜିଷ୍ଟ୍ରେଟ୍, ଏନସିବି ଓ ଆରୟନଙ୍କ ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତି ହୋଇଥିଲା । ଆରୟନଙ୍କ ଫୋନରୁ କିଛି ଆପତ୍ତିଜନକ ତଥ୍ୟ  ମିଳିଥିବା ଏନସିବି ଯୁକ୍ତିି ବାଢିଥିବାବେଳେ ଆରୟନଙ୍କ ଓକିଲ ମାନସିଂହ ଦେ ତାଙ୍କ ସପକ୍ଷରେ ଗୋଟେ ପରେ ଗୋଟେ ଦଲିଲ ଉପସ୍ଥାପନ କରିଥିଲେ । ଆରୟନଙ୍କ ଠାରୁ ଡ୍ରଗ୍ସ ତ ମିଳିନାହିଁ ତାହେଲେ ତାଙ୍କୁ କାହିଁକି ଅଯଥା କୋର୍ଟକୁ ଟଣାଯାଉଛି ।

ଏହା ବ୍ୟତୀତ ସେ ସିପରେ ଡ୍ରଗ୍ସ କାହିଁକି ବ୍ୟବସାୟ କାହିଁକି କରିବେ ସେ ତ ଚାହିଁଲେ ପୁରା ସିପକୁ କିଣିପାରିବେ ବୋଲି ଯୁକ୍ତି ବାଢିଥିଲେ ଓକିଲ ମାନସିଂହ ଦେ । ଆରୟନଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ କି ସେ କୌଣସି ଡ୍ରଗ୍ସ ବେପାରରେ ସମ୍ପୃକ୍ତ ଥିବା ର କୌଣସି ଠୋସ୍ ପ୍ରମାଣ ବି ନାହିଁ  ।କେବଳ ଫୋନ ଚାଟିଂକୁ ଆଧାର କରି ତାଙ୍କୁ କୋର୍ଟକୁ ନେବା କେବେବିି ଗ୍ରହଣୀୟ ନୁହେଁ ବୋଲି ସେ ଯୁକ୍ତି କରିଥିଲେ ।

ହେଲେ କାମ ଦେଇନଥିଲା ଓକିଲଙ୍କ ଦଲିଲ ।ଅଧିକ ପଚରାଉଚୁରରା ପାଇଁ ଆରୟନଙ୍କ ସହ ଅରବାଜ୍ ମଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ୭ ତାରିଖ ଯାଏଁ ହେପାଜତରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କିଲା କୋର୍ଟ ।  ସୂଚନା ଅନୁସାରେ ଏହି ମାମଲାର ତଦନ୍ତ କରିବାକୁ ମୁମ୍ବାଇ ଏନସିବି ସହ ହାତ ମିଳାଇଛି ଦିଲ୍ଲୀ ଏନସିବି । ମାମଲାର ଅଧିକ ଖୋଳତାଡ କରିବାକୁ ଆଜି ମୁମ୍ବାଇରେ ପହଞ୍ଚିଛି ଦିଲ୍ଲୀ ଏନସିବି ।