କନକ ବ୍ୟୁରୋ: ଏମିତି ପୁଅ ଭଗବାନ କାହାକୁ ନ ଦିଅନ୍ତୁ । କୋହଭରା କଣ୍ଠରେ କହିଛି ଅସହାୟ ମାଆଟିଏ । କିଛି ସମ୍ପତ୍ତି ପାଇଁ ମାଆକୁ ବିଚ୍ ରାସ୍ତାରେ ମାଡ ମାରିଛି ସୈତାନ୍ ପୁଅ । ଦୁଇ ପଇସା ପାଇଁ ସୀମା ପାର କରିଯାଇଛି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ୭୫ ବର୍ଷୀୟା ବୃଦ୍ଧା ଶଶୀକଳା ମଳ୍ଲିକ । ବୟସର ଅପରାହ୍ନରେ ବଇରୀ ସାଜିଛି ଜନ୍ମ କଲା ପୁଅ । ଦିନରାତି ଦୁଖ କଷ୍ଟ ସାଜି ଯେଉଁ ପୁଅକୁ ବଡ କରିଥିଲା ସେହି ପୁଅ ସମସ୍ତଙ୍କ ଆଗରେ କିଛି ସମ୍ପତି ପାଇଁ ମାଆକୁ ମାଡ଼ ମାରିଛି । ତେବେ ଏହି କଷ୍ଟ ସୀମା ପାର ହେବା ପରେ ମାଆ ଥାନାକୁ ଯାଇଥିଲା ଅସହାୟ ମାଆ । ହେଲେ ତାକୁ ନ୍ୟାୟ ବଦଳରେ ମାମଲା ଦଫା ରଫା କରିଦେଇଛି ପୁଲିସ ।

Advertisment
  • ସମ୍ପତ୍ତି ପାଇଁ ମା’କୁ ନିର୍ଯାତନା
  • ବିଚ୍ ରାସ୍ତାରେ ମାଡ଼ ମାରିଲା ଜନ୍ମକଲା ପୁଅ
  • ନ୍ୟାୟ ପାଇଁ ଥାନାରେ ଅସହାୟ ମା’
  • ମାମଲା ତୁଟାଇ ଫେରାଇ ଦେଲା ପୁଲିସ

ପୁଅର ମା’ ପ୍ରତି ଅତ୍ୟାଚାର ଆଜି ନୂଆ ନୁହେଁ । ଏମିତି ଅନେକ ଥର ଶଶୀକଳାଙ୍କୁ ତାଙ୍କ ସାନପୁଅ ଜ୍ଞାନ ବାରମ୍ବାର ମାଡ ମାରିଥାଏ । କିନ୍ତୁ କେବେ କେଉଁ ଦିନ ମା ପୁଅ ବିରୁଦ୍ଧରେ ଅଭିଯୋଗ ଆଣିନି । ଏବେ ଥାନାରେ ଲିଖିତ ଅଭିଯୋଗ କରିଛି ମା’ । ହେଲେ ପୁଲିସ ତାଙ୍କୁ ନ୍ୟାୟ ଦେବ କ’ଣ ଘରକୁ ଫେରାଇ ଦେଇଛି । ଆଉ ସେହି ଅସହାୟ ମାଆ ପୁଣି ମାଡ ଖାଇ ନିର୍ଯ୍ୟାତିତା ହୋଇ ଘର ବାହାରେ ପଡିରହିଛି ।

ଅସହାୟ ମାଆକୁ ଥାନାରେ ବି ଫେରାଇଦେଲେ । ଏବେ ପୁଣି ନିର୍ଯ୍ୟାତିତା ହେବା ସହ ବାରଦୁଆର ଶୁଣ୍ଢିପିଣ୍ଡା. ହେଉଛନ୍ତି ବୃଦ୍ଧା ଶଶୀକଳା । ଆଉ ବସିଛନ୍ତି ତାଙ୍କୁ କେବେ ମିଳିବ ନ୍ୟାୟ ।