କନକ ବ୍ୟୁରୋ: ଆମେ ଅନେକ ସମୟରେ ଦେଖିଛେ କୁକୁର ଓ ମଣିଷଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥାଏ । ମାଲିକ ତା କୁକୁରର ବହୁତ ଯତ୍ନ ନେଇଥାଏ, ସେହିପରି ପୋଷା କୁକୁରଟି ମଧ୍ୟ ତା ମାଲିକର ସବୁ କଥା ମାନିଥାଏ । ଆଉ ବହୁତ ବିଶ୍ୱସ୍ତ ମଧ୍ୟ ହୋଇଥାଏ । ହେଲେ ବର୍ତ୍ତମାନ ଏମିତି ଏକ ଖବର ଆସିଛି ଯାହା ଏହି କଥାର ଏକଦମ ବିପରୀତ । ଏଠାରେ ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ ରୋଗ ହେବାରୁ ତାକୁ ରାସ୍ତା ଉପରେ ଫୋପାଡି ଚାଲିଯାଇଛି ।

Advertisment

ଏଭଳି ଏକ ଘଟଣା ଘଟିଛି ବ୍ରିଟେନର ସାଉଥୱେଲ ସହରରେ । ଏଠାରେ ଜଣେ ବ୍ୟକ୍ତି ଚଳନ୍ତା କାରରୁ ନିଜ ପୋଷା କୁକୁରକୁ ଫୋପାଡି ଦେଇ ଚାଲିଯାଇଛନ୍ତି । କୁକୁରର ବୟସ ୧ ବର୍ଷ ହେବ । ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ଗୁଡାଇ ଫୋପାଡିବା ବେଳେ ଏହା ଜଣେ ବ୍ୟକ୍ତିଙ୍କ ନଜରକୁ ଆସିଥିଲା ।

ବ୍ୟକ୍ତି ଜଣକ ବ୍ୟାଗ ଖୋଲି ଦେଖିଲା ବେଳକୁ ସେଥିରେ କୁକୁର ଛୁଆକୁ ଦେଖିଥିଲେ । ଆଉ ତାକୁ ନେଇ ଡାକ୍ତର ପାଖକୁ ଯାଇଥିଲେ । ଆଉ ସେଠାରେ କୁକୁର ଛୁଆଟିକୁ ଚର୍ମ ରୋଗ ହୋଇଥିବା ଡାକ୍ତର କହିଥିଲେ । ଯାହାର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ମାଲିକ ଜଣକ କୁକୁର ଛୁଆଟିକୁ ରାସ୍ତାରେ ଫୋପାଡି ଚାଲିଯାଇଥିଲେ ।

ବର୍ତ୍ତମାନ କୁକୁର ଛୁଆଟି ଫ୍ରେଣ୍ଡସ ଅଫ ଆନିମଲ ନାମକ ଏକ ରେସ୍କ୍ୟୁ ସେଣ୍ଟରରେ ରହିଛି । ସେଠାରେ ତାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଛି । ସୁସ୍ଥ ହେବା ପରେ ତାକୁ ଆଡପ୍ସନ ପାଇଁ ମଧ୍ୟ ଦିଆଯିବ ବୋଲି ରେସ୍କ୍ୟୁ ସେଣ୍ଟର ପକ୍ଷରୁ କୁହାଯାଇଛି ।