ଅଶୋଧିତ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବ୍ୟାରେଲ୍ ପିଛା ୯୮ ଡଲାରରେ ପହଂଚିଛି ଅଶୋଧିତ ତୈଳ ଦର

Advertisment
ଅଶୋଧିତ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବ୍ୟାରେଲ୍ ପିଛା ୯୮ ଡଲାରରେ ପହଂଚିଛି ଅଶୋଧିତ ତୈଳ ଦର

କନକ ବ୍ୟୁରୋ : ୟୁକ୍ରେନ ସଙ୍କଟ ଯୋଗୁଁ ହୁ ହୁ ହୋଇ ବଢିଚାଲିଛି ଅଶୋଧିତ ତୈଳର ଦର । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଉତେଜନା ମଧ୍ୟରେ ଅଶୋଧିତ ତୈଳର ଦରରେ ନିଆଁ ଲାଗିଛି । ଦର ବ୍ୟାରେଲ ପିଚ୍ଛା ୯୮ ଡଲାରରେ ପଂହଚିଛି । ସଙ୍କଟ ବଢିଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଚ୍ଛା ୧୦୦ ଡଲାର ପହଂଚିବା ଆଶଙ୍କା କରାଯାଉଛି । ଗତ ଦୁଇମାସ ମଧ୍ୟରେ ଅଶୋଧିତ ତୈଳର ଦର ଦର ବଢୁଛି ।

ଡିସେମ୍ବର ୨୦୨୧ରେ ଅସେଶାଧିତ ତୈଳର ଦର ବ୍ୟାରେଲ ପିଚ୍ଛା ୬୮ ଡଲାର ରହିଥିଲା , ଯାହା ଏବେ ୯୮ ଡଲାରରେ ପହଂଚିଛି । ଅର୍ଥାତ ଦେଢମାସ ମଧ୍ୟରେ ଅଶୋଧିତ ତୈଳର ଦରରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରବର୍ତନ ହୋଇନାହିଁ । ୪ ନଭେମ୍ବର ୨୦୨୧ ପରେ ତେଲ ଦର ବଢିନାହିଁ । ବର୍ତମାନ ୫ ରାଜ୍ୟରେ ନିର୍ବାଚନ ଚାଲିଛି । ତେଣୁ ମାର୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବ । ତେଣୁ ଏହା ପରେ ହୋଲି ବେଳକୁ ପେଟ୍ରୋଲ-ଡିଜେଲ ଦର ବଢିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe