କେନ୍ଦ୍ରାପଡ଼ା ପାଟକୁରାରେ ମିଳିଲା ଅଶୋଧିତ ତେଲର ସନ୍ଧାନ । ତେଲ ବାହାର କରିବା ପାଇଁ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

1,672

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରୁ ବାହାରିବ ଅଶୋଧିତ ତେଲ । ମାର୍ଶାଘାଇ ଗଉଡଗାଁରେ ମିଳିଛି ହାଇଡ୍ରୋକାର୍ବନ ବା ଅଶୋଧିତ ତେଲର ସନ୍ଧାନ । ମାଟି ତଳୁ ତେଲ ବାହାର କରିବା ପାଇଁ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଏଲ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାମ ଶେଷ ହେବା ପରେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି ।

ତେଲ ବାହାର କରିବାକୁ ପ୍ରାୟ ୧୪ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଥିବା ବେଳେ ଆବଶ୍ୟକ ହେଉଥିବା ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଜମି ମାଲିକଙ୍କଠାରୁ ୩ ବର୍ଷ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଲିଜ୍ରେ ନେଇଛି କମ୍ପାନୀ । ଏହା ପରେ ଅଏଲ ଇଣ୍ଡିଆ ପକ୍ଷରୁ ଭିତିଭୂମି ବିକାଶ କାମ ଆରମ୍ଭ ହୋଇଛି । ଅଧିଗ୍ରହଣ ହୋଇଥିବା ଜମିର ଚାରିପଟେ କମ୍ପାନୀ ପକ୍ଷରୁ ପିଲାର ବସାଯାଇଛି ।