ଗତମାସ ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ କେନ୍ଦ୍ରୀୟ ପୋଲିସ୍ ରିଜର୍ଭ ବଳ (ସିଆରପିଏଫ୍) ର ଗାଡି ହୋଇଥିବା ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣରେ ଦେଶର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଗଲେ । ଏହି ଦୁଃଖଦ ଘଟଣାର ଶୋକ ଏଯାଏଁ ଦେଶବାସୀଙ୍କ ମନରୁ ଯାଇନଥିବା ବେଳେ କେନ୍ଦ୍ରୀୟ ପୋଲିସ୍ ରିଜର୍ଭ ବଳ ମଧ୍ୟ ଏହି ଲୋମଟାଙ୍କୁରା ସମୟକୁ ଆଦୌ ଭୁଲି ପାରୁନାହିଁ । ତେଣୁ ଚଳିତ ମାସ ସହିଦଙ୍କ ସମ୍ମାନରେ ସିଆରପିଏଫ୍ ବିଭାଗ ହୋଲି ଉତ୍ସବ ପାଳନ ନକରିବାକୁ ନିଷ୍ପତି ନେଇଛି । ସିଆରପିଏଫ୍ ମହାନିର୍ଦ୍ଧେଶକ (ଡିଜି) ଆର.ଆର.ଭଟ୍ଟନାଗର ମଙ୍ଗଳବାର ବିଭାଗର ୮୦ ତମ ସ୍ଥାପନା ଦିବସରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କହିଥିଲେ ବାମପନ୍ଥୀ,ଚରମପନ୍ଥୀ ତଥା ନକ୍ସଲଙ୍କ ପ୍ରଭାବ ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥିବା ବେଳେ ଦେଶର କିଛି କ୍ଷେତ୍ରରେ ଏଥିରେ କେହି ପ୍ରଭାବିତ ହୋଇନାହାନ୍ତି ।
ସହିଦ୍ ଯବାନଙ୍କ ପରିବାରଙ୍କୁ ଆର୍ଥିକ ସହାୟତା କରିବା ପାଇଁ ବଳ ତରଫରୁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଡିଜି କହିଥିଲେ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ୪୦ ଯବାନଙ୍କ ସମ୍ମାନାର୍ଥେ ୨୧ ମାର୍ଚ୍ଚରେ ହେବାକୁ ଥିବା ହୋଲି ଉତ୍ସବରେ କୌଣସି ଅଧିକାରୀକ ଉତ୍ସବ ପାଳନ କରାଯିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/316260-pti-crpf-jawans-playing-holi-ed.jpg)
/kanak/media/post_attachments/wp-content/uploads/2019/03/pulwama-attack-coffins-pti-300x175.jpg)