ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡ଼ି ଆକ୍ରମଣରେ ଜଣେ ଯବାନ ଆହତ : ୪ ଦିନ ଭିତରେ ଦ୍ୱିତୀୟଥର ପାଇଁ ହେଲା ଆତଙ୍କବାଦୀ ଆକ୍ରମଣ । ସର୍ଚ୍ଚ ଅପରେସନ୍ ଜାରି

ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡ଼ି ଆକ୍ରମଣରେ ଜଣେ ଯବାନ ଆହତ : ୪ ଦିନ ଭିତରେ ଦ୍ୱିତୀୟଥର ପାଇଁ ହେଲା ଆତଙ୍କବାଦୀ ଆକ୍ରମଣ । ସର୍ଚ୍ଚ ଅପରେସନ୍ ଜାରି

ଜମ୍ମୁ-କାଶ୍ମୀର ପୁଲୱାମାର ଗଙ୍ଗୁ ଅଞ୍ଚଳରେ ରବିବାର ଆଇଇଡ଼ି ବ୍ଲାଷ୍ଟ୍ କରାଯାଇଛି । ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାଁ ଜି,ଡ଼ି ପରଦୀପ୍ ଦାସ୍ ବୋଲି ଜଣାପଡ଼ିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ ଅନୁସାରେ , ଆତଙ୍କବାଦୀ ଏହି ବିସ୍ଫୋରଣ କରିଛନ୍ତି । ଶ୍ରୀନଗର-ପୁଲୱାମା ମାର୍ଗରେ ସିଆରପିଏଫ୍ ରୋଡ଼୍ ଓପନିଙ୍ଗ୍ ପାର୍ଟି ଠିଆ ହୋଇଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଘଟଣା ପରେ ସମ୍ପୁର୍ଣ୍ଣ ଅଞ୍ଚଳକୁ ବନ୍ଦ କରିଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଗତ ୪ ଦିନ ଭିତରେ ସିଆରପିଏଫ୍ ଯବାନଙ୍କ ଉପରକୁ ଦ୍ୱିତୀୟଥର ପାଇଁ ଆକ୍ରମଣ କରାଯାଇଛି । ଗତ ବୁଧବାର ଆତଙ୍କୀ ଆକ୍ରମଣରେ ସୋପୋରରେ ଜଣେ ସିଆରପିଏଫ୍ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe