କାଶ୍ମୀରର ହିନ୍ଦୱାରାରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ପୁଣି ସିଆରପିଏଫର ୩ ଯବାନ ସହିଦ; ପାଲଟା ଆକ୍ରମଣରେ ୨ ଆତଙ୍କୀ ନିପାତ

Advertisment
କାଶ୍ମୀରର ହିନ୍ଦୱାରାରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ପୁଣି ସିଆରପିଏଫର ୩ ଯବାନ ସହିଦ; ପାଲଟା ଆକ୍ରମଣରେ ୨ ଆତଙ୍କୀ ନିପାତ

କନକ ବ୍ୟୁରୋ: ଦିନକ ତଳେ ଜମ୍ମୁ-କାଶ୍ମୀରର ହିନ୍ଦୱାରାରେ ଆତଙ୍କୀ ଆକ୍ରମଣରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଆଜି ପୁଣି ସେହି ଜାଗାରେ ସିଆରପିଏଫର ପାଟ୍ରୋଲିଂ ଟିମ ଉପରକୁ ଆତଙ୍କୀ ହମଲା ହୋଇଛି । ଏହି ହମଲାରେ ସିଆରପିଏଫର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଆତଙ୍କୀର ମୃତ୍ୟୁ ଘଟିଛି । ତେବେ ଏବେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି ।

ଅଧିକାରୀଙ୍କ କହିବାନୁସାରେ, ଆକ୍ରମଣକାରୀମାନେ ଜିଲ୍ଲାର କ୍ରାଲଗୁଣ୍ଡ ଅଞ୍ଚଳର ୱାଙ୍ଗମ-କାଜିଆବାଦରେ ସିଆରପିଏଫର ଏକ ପାଟ୍ରୋଲିଂ ଟିମ ଉପରକୁ ଗୁଳି ଚଳାଇଥିଲେ।  ଏହି ଆକ୍ରମଣରେ ତିନି ଜଣ CRPF ଯବାନଙ୍କର ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଯେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଅତିରିକ୍ତ ସୁରକ୍ଷା କର୍ମୀ ପଠାଯାଇଛି।

ଗତ ରବିବାର ଦିନ ଜାମ୍ମୁ-କାଶ୍ମୀରର ହିନ୍ଦୱାଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଏନକାଂଉଟର ଘଟି ଦୁଇ ଅଫିସରଙ୍କ ସମେତ ୫ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ତେବେ ସହିଦଙ୍କ ମଧ୍ୟରେ ଜଣେ ମେଜର ଓ ଜଣେ କର୍ଣ୍ଣେଲ ରହିଥିବା ବେଳେ ମୃତ ୨ ଆତଙ୍କବାଦୀ ବିଦେଶୀ ବୋଲି ଜଣାପଡିଥିଲା । ଆତଙ୍କବାଦୀମାନେ ଏକ ଘରେ ଲୁଚିରହିଥିବା ଖବର ମିଳିବା ପରେ ଅପରେସନ ଜାରି ରହିଥିଲା । ସଂପୃକ୍ତ ସ୍ଥଳକୁ ବିସ୍ଫୋଟ କରି ଉଡାଇଦେଇଥିଲା ସେନା । ଏହାପରେ ପୁରା ଘରେ ନିଆଁ ଲାଗିଯାଇଥିଲା । ଘଟଣା ପରେ ସଂପୃକ୍ତ ଅଂଚଳରେ ଅପରେସନକୁ ଜୋରଦାର କରାଯାଇଥିଲା । ସଂପୃକ୍ତ ଅଂଚଳକୁ ସିଲ କରାଯିବା ସହ ଗାଡି ଚଳାଚଳକୁ ବନ୍ଦ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe