ସିଆରପିଏଫ ଯବାନଙ୍କୁ ବଡସଫଳତା । । ନୂଆପଡା ଭଇଁଷାଦାନୀ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପକୁ ଠାବ କଲେ, ବପୁଳ ଅସ୍ତ୍ରଶସ୍ତ୍ର ଜବତ କଲେ ।

564

କନକ ବ୍ୟୁରୋ: ସିଆରପିଏଫ ଯବାନଙ୍କୁ ବଡସଫଳତା ମିଳିଛି । ନୂଆପଡା ବୋଡେନ ଥାନା ଭଇଁଷାଦାନୀ ନିକଟ ଜଙ୍ଗଲରୁ ଏକ ମାଓ କ୍ୟାମ୍ପକୁ ଠାବ କରିଛନ୍ତି ଯବାନ । ସେଠାରୁ ୨ଟି ବନ୍ଧୁକ, ୩୧ଟି ଜିଲୋଟିନ ବମ, ୨୭ ଡିଟୋନେଟର, ଗୁଳି, ବାରୁଦ ସହ ମାଓବାଦୀମାନେ ବ୍ୟବହାର କରୁଥିବା ବହୁ ସାମଗ୍ରୀ ଜବତ ହୋଇଛି । ଏପରିକି ଏକ ବଡ଼ଧରଣର ଷଡ଼ଯନ୍ତ୍ର ରଚୁଥିଲେ ମାଓବାଦୀମାନେ ବୋଲି ସିଆରପିଏଫ୍ ଯବାନ ।

ପଡୋଶୀ ଛତିଶଗଡର ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସୀମାନ୍ତ ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ସିଆରପିଏଫ । ନୂଆପଡା ସିଆରପିଏଫ ୨୧୬ ବାଟାଲିୟନ କମାଣ୍ଡୋଙ୍କ ରାଜେଶ ବସଙ୍କ ନେତୃତ୍ୱରେ କମ୍ବିଂ ଚାଲିଥିବା ବେଳେ ମାଓକ୍ୟାମ୍ପକୁ ଠାବ କରାଯାଇଛି । ପାହାଡରେ ଯବାନଙ୍କ କମ୍ବିଂଅପରେସନ ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ସନ୍ଦେହ କରାଯାଉଛି