ପୁଲିଂ ଅଫିସରଙ୍କ ସ୍ୱାସ୍ଥ୍ୟ ହେଲା ଖରାପ : ସିଆରପିଏଫ୍ ଯବାନ ୩କିମି ପର୍ଯ୍ୟନ୍ତ କାନ୍ଧରେ ଉଠାଇ ଦୌଡି ଦୌଡି ପହଂଚାଇଲେ ହସପିଟାଲ
ଲୋକସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ସିଆରପିଏଫ୍ ୨୨୬ ବାଟାଲିୟନ୍ ଯବାନମାନେ କର୍ତ୍ତବ୍ୟପରାୟଣତା ଏବଂ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଇଛନ୍ତି । ଝାରଖଣ୍ଡର ଲୋହରଦଙ୍ଗା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ବୁଥରେ ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ନିର୍ବାଚନ କର୍ମୀ ଫେରିବା ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଲିୟୋନାର୍ଡ ଲକଡା ନାମକ ନିର୍ବାଚନ କର୍ମୀ ହଠାତ୍ ତଳେ ପଡିଯାଇଥିଲେ ଓ ତାଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବାକୁ ଲାଗିଲା । ମତଦାନ କେନ୍ଦ୍ରରେ ସୁରକ୍ଷା ପାଇଁ ନିଯୁକ୍ତ ଥିବା ସିଆରପିଏଫ୍ ଯବାନ ତାଙ୍କୁ ପ୍ରାଥମିକ ଉପଚାର ଦେଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପରିସ୍ଥିତିକୁ ଦେଖି ଅନିଲ ଶର୍ମା ନାମକ ଯବାନ ନିଜ ସୁରକ୍ଷାର ଖାତିର ନକରି ଉକ୍ତ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ଉଠାଇ ପାଖାପାଖି ୩କିମି ପର୍ଯ୍ୟନ୍ତ ଦୌଡି ଦୌଡି ନିକଟସ୍ଥ ହସପିଟାଲକୁ ପହଂଚାଇଲେ । ଯଦ୍ୱାରା ତାଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳିଲା । ସିପାହୀଙ୍କ ନିଃସ୍ୱାର୍ଥ ସେବା ଓ ତ୍ୱରିତ ନିର୍ଣ୍ଣୟ ଦ୍ୱାରା ନିର୍ବାଚନକର୍ମୀଙ୍କ ଜୀବନ ବଂଚିପାରିଲା । ଏବଂ ସେକ୍ଟର ଅଫିସର ତାଙ୍କର ଭୁରି ଭୁରି ପ୍ରଶଂସା କଲେ ।