କନକ ବ୍ୟୁରୋ : ସେନାରୁ ଫେରିଲେ ବୀର ଯବାନ । ଗାଁ ମାଟିରେ ସିଆରପିଏଫ ଯବାନଙ୍କୁ ଭବ୍ୟ ସ୍ୱାଗତ । ୨୦ ବର୍ଷ ଦେଶ ସେବାରେ ସମର୍ପିତ ହୋଇ ଗାଁକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ କରାଗଲା ଭବ୍ୟ ସ୍ୱାଗତ । କଳାହାଣ୍ଡି ଜିଲ୍ଲା କୋକସରା ଓ ଜୟପାଟଣା ବ୍ଲକ ସୀମାନ୍ତ ଥିବା ସୁବିଗୁଡର ଗାଁର ଯବାନ ତ୍ରିଲୋଚନ ମାଝୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ ।

Advertisment

ଭୁବନେଶ୍ୱର ୧୪୭ ବାଟାଲିୟନ ନିଯୁକ୍ତି ହେବା ପରେ ଗୁଜୁରାଟ ଗାନ୍ଧିନଗରରେ ଟ୍ରେନିଂ କରିବା ପରେ ସିଆରପିଏଫ ଯବାନ ଭାବେ ୭୯ ବାଟାଲିୟନ ଶ୍ରୀନଗର, ଜାମ୍ମୁ, ତ୍ରିପୁରା, ସୁକମା ପରେ ନୂଆଦିଲ୍ଲୀରେ ରହି ଦେଶ ଦେବା କରୁଥିଲେ । ଗତ ୩୧ ଅଗଷ୍ଟରେ ସେ ଅବସର ନେଇ ଗାଁକୁ ଫେରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।