ଜାମ୍ମୁ କାଶ୍ମୀରରେ ଆତଙ୍କୀଙ୍କୁ ଦିଆଯିବ ଜବାବ: ଏହି ଅଧିକାରୀଙ୍କୁ ପଠାଇଲା ଗୃହ ମନ୍ତ୍ରାଳୟ

179

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ତତ୍ପର ହୋଇ ଉଠିଛି ଗୃହ ମନ୍ତ୍ରାଳୟ । ଆତଙ୍କୀଙ୍କୁ ଜବାବ ଦେବାକୁ ଏବେ ସୁଯୋଗ ଖୋଜୁଛନ୍ତି ସରକାର । ଏବେ ଗୃହ ମନ୍ତ୍ରାଳୟ ନଜରରେ ରହିଛି କାଶ୍ମୀର । ଏନେଇ ଆଜି ସିଆରପିଏଫ ଡିଜି କୁଲଦୀପ ସିଂଙ୍କୁ କାଶ୍ମୀର ପଠାଇଛି ଗୃହ ମନ୍ତ୍ରାଳୟ । କୁଲଦୀପ ସିଂ ଏନଆଇଏର ଡିଜି ମଧ୍ୟ ରହିଛନ୍ତି ।

ଗୃହ ମନ୍ତ୍ରାଳୟ ଅଧିକାରୀଙ୍କ କହିବାନୁସାରେ ସରକାର ଏହି ସ୍ଥିତି ଉପରେ ପୂରାପୁରି ନଜର ରଖିଛନ୍ତି । ଜାମ୍ମୁରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ଏନଆଇଏ, ସେନା ଓ ସିଆରପିଏଫ ଯବାନ ଲଗାତାର କ୍ୟାମ୍ପ କରୁଛନ୍ତି । ଆଉ ଆତଙ୍କୀ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିଛନ୍ତି ।

ସୂଚନା ଅନୁସାରେ ଭାରତୀୟ ସେନାଙ୍କ ବାରମ୍ବାର ଅପରେସନରେ ଭୟରେ ରହିଛନ୍ତି ଆତଙ୍କୀ । ତେଣୁ ସେମାନେ ସାଧାରଣ ନାଗରିକଙ୍କୁ ନିଜ ଟାର୍ଗେଟ କରୁଛନ୍ତି । ଏଯାଏଁ ମୋଟ ୨୯ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କୀ । ସେମାନଙ୍କ ମଧ୍ୟରେ ୧୧ ଜଣ ସାଧାରଣ ନାଗରିକ ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂଙ୍କୁ ଜାମ୍ମୁ କାଶ୍ମୀର ପଠାଯାଇଛି ।

ସେହିପରି ଜାନୁଆରୀ ମାସରୁ ଏବେ ଯାଏଁ ୧୩୨ ଆତଙ୍କୀଙ୍କୁ ମାରିସାରିଛନ୍ତି ସେନା । ଏହାସହ ୨୫୪ ଜଣ ଆତଙ୍କୀଙ୍କୁ ଗିରଫ ମଧ୍ୟ କରିସାରିଛନ୍ତି । ତେବେ ଏହି ସମୟରେ ୧୦୫ ଏକେ-୪୭ ରାଇଫଲ, ୧୨୬ ପିସ୍ତଲ, ୨୭୬ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି ।