ବିତିଗଲାଣି ୩୫ ଦିନ, କିନ୍ତୁ ଆଜି ବି ଝରୁଛି ଭାରତ ଆଖିରୁ ଲୁହ । ପୁଲୱାମା ଆକ୍ରମଣ ପାଇଁ ଏଥର ହୋଲି ପାଳିବେନି ୧୦ଲକ୍ଷ ଯବାନ ।

392

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ସେହି ମୂହୁର୍ତ୍ତ ଆଜି ବି ମନେପଡିଲେ ଲୋମ ଟାଙ୍କୁରି ଉଠେ । ଫେବୃଆରୀ ୧୪ ତାରିଖ ବିଶ୍ୱ ଇତିହାସରେ ଏକ କଳା ଦିନ ହୋଇ ରହିଯାଇଛି । ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା । ଏବେ ଏହାକୁ ଆଖି ଆଗରେ ରଖି ନିଜର ସାଥୀ ଯବାନଙ୍କ ବିୟୋଗରେ ଦେଶର ପ୍ରାୟ ୧୦ଲକ୍ଷ ଯବାନ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସବୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳଙ୍କ ସମେତ ସିଆରପିଏଫ୍ ଯବାନମାନେ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଏ ମଧ୍ୟରେ ରହିଛନ୍ତି, ସିଏପିଏଫ୍, ବିଏସଏଫ୍, ଆଇଟିବିପି, ସିଆଇଏସଏଫ୍, ଏସଏସବି ଯବାନ ।

ସୂଚନା ମୁତାବକ, ଫେବୃଆରୀ ୧୪, ୨୦୧୯ରେ ଯବାନମାନେ ବସରେ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ବେଳେ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀ ବସ୍ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪୦ଜଣ ଯବାନ ସହିଦ୍ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ । ପରେ ପରେ ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ପାଖାପାଖି ୨୫୦ ଆତଙ୍କବାଦୀଙ୍କୁ ନିହତ କରିଥିଲେ ।