କୋବ୍ରା କମାଣ୍ଡୋ ! ନକ୍ସଲଙ୍କୁ ନିପାତ କରିବାକୁ ଭାରତୀୟ ସେନାର ବଡ ବ୍ରହ୍ମାସ୍ତ୍ର, ଅନ୍ଧାରରେ ଆକ୍ରମଣ କରିବାରେ ମାହିର

38

ଗତ ମେ’ ମାସରୁ ଆରମ୍ଭ ହୋଇଛି ଅପରେସନ ଅଲଆଉଟ । ଲାଲଗଡରେ ବସି ଲାଲବାହିନୀକୁ ନିପାତ କରୁଛନ୍ତି ସିଆରପିଏଫର କୋବ୍ରା କମାଣ୍ଡୋ । ଲାଲଗଡରେ କୋବ୍ରା କମାଣ୍ଡୋ ପ୍ରବେଶ କରିବା ପରେ ଲାଲବାହିନୀର ମୁଖ୍ୟଙ୍କ ଛାତିରେ ଛନକା ପଶିଛି । ଏମାନଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେଣି ମାଓ କମାଣ୍ଡର । ନକ୍ସଲଙ୍କ ପାଇଁ ଯମଦୂତ ପାଲଟିଥିବା କ୍ରୋବା ବାହିନୀ ବିଷୟରେ ଆସନ୍ତୁ ଜାଣିବା ।

cobraଭାରତର ବିଭିନ୍ନ ରାଜ୍ୟରେ ବଢିଚାଲିଥିବା ମାଓ ଆକ୍ରମଣକୁ ପ୍ରତିହତ କରିବା କୋବ୍ରା ବାହିନୀର ଗଠନ କରାଯାଇଥିଲା । ଭାରତୀୟ ସେନାର ଏକ ସ୍ପେଶାଲ ଓ ଶକ୍ତିଶାଳୀ ଫୋର୍ସ କହିଲେ କୋବ୍ରା କମାଣ୍ଡୋଙ୍କୁ ବୁଝାଏ । ୨୦୦୮ ମସିହାରେ ଗଠନ କରାଯାଇଥିବା ଏହି କୋବ୍ରା ବାହିନୀରେ ଏବେ ୧୦ ହଜାରରୁ ଅଧିକ କମାଣ୍ଡୋ ଅଛନ୍ତି । ଘଞ୍ଚ ଜଙ୍ଗଲ ଓ ଦୁର୍ଗର୍ମ ଅଞ୍ଚଳରେ ମାଓବାଦୀଙ୍କୁ ମାତ୍ ଦେବାକୁ ଏହି ଫୋର୍ସର ଗଠନ ହୋଇଥିଲା । ଏମାନଙ୍କୁ ଏପରି ଟ୍ରେନିଂ ଦିଆଯାଇଥାଏ ଯେ, ଜଙ୍ଗଲରେ ଯେ କୌଣସି ପରିସ୍ଥିତିରେ ଏମାନେ ଲଢେଇ କରିବାକୁ ସକ୍ଷମ । ବଡ ବଡ ଅପରେସନରେ ଏମାନଙ୍କୁ ସାମିଲ କରାଯାଇଥାଏ ।

୯ ବର୍ଷ ମଧ୍ୟରେ ଏମାନେ ଜଙ୍ଗଲରେ ମାଓବାଦୀଙ୍କୁ ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି । ପୂରାପୂରି ଜଙ୍ଗଲ ପରିବେଶ ସହିତ ଅଭ୍ୟସ୍ତ ଥିବା ଏହି କମାଣ୍ଡୋ ମାନେ ସାପ କିମ୍ବା କୌଣସି ଜୀବଜନ୍ତୁଙ୍କୁ ଡରନ୍ତି ନାହିଁ । ଏମାନେ ଶତ୍ରୁପକ୍ଷର ଆଡ୍ଡାରେ ଏତେ ସାବଧାନତାର ସହ ପ୍ରବେଶ କରନ୍ତି ଯେ, ଏହାର ସାମନ୍ୟତମ ସୁରାକ ମଧ୍ୟ ଶତ୍ରୁପକ୍ଷ ପାଆନ୍ତି ନାହିଁ । ୪ରୁ ୫ଦିନ ପର୍ଯ୍ୟନ୍ତ ଅନିଦ୍ରା ରହି ମଧ୍ୟ ଏମାନେ ଶତ୍ରୁପକ୍ଷ ସହ ଲଢେଇ କରିପାରିବେ । କେବଳ ଏତିିକି ନୁହେଁ ଏମାନେ ଜଙ୍ଗଲ ମଧ୍ୟରେ ଶତ୍ରୁ ନିକଟରୁ ନିଜକୁ ଲୁଚାଇବାରେ ମାହିର ।

COBRA (1)ଜଙ୍ଗଲ ମଧ୍ୟରେ ମାସ ମାସ ଧରି ରହିଲେ ମଧ୍ୟ ଏମାନଙ୍କ ଉପରେ କିଛି ପ୍ରଭାବ ପଡିନଥାଏ । ଏମାନଙ୍କୁ ଏପରି ଟ୍ରେନିଂ ଦିଆଯାଇଥାଏ ଯେ, ଦୂର ବାଟ ପର୍ଯ୍ୟନ୍ତ ଚାଲି ଚାଲି ମଧ୍ୟ ଏମାନେ ଶତ୍ରୁପକ୍ଷର କ୍ୟାମ୍ପରେ ପହଞ୍ଚିବାକୁ ସକ୍ଷମ । ଏପରିକି ଅନ୍ଧାରରେ ମଧ୍ୟ କୋବ୍ରା ବାହିନୀ ଆକ୍ରମଣ କରିବାରେ ମାହିର । ଏମାନେ ଦେଶ ପାଇଁ ହସି ହସି ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଥାନ୍ତି କିନ୍ତୁ ତା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ଏମାନଙ୍କ ମୂଳଲକ୍ଷ୍ୟ । ଏମାନଙ୍କୁ କେବଳ ଜଙ୍ଗଲରେ ଲଢିବା ପାଇଁ ପ୍ରସ୍ତୁତ କରାଯାଇଥାଏ ।
୨୦୧୭ ମସିହା ମେ ମାସରେ ପ୍ରାୟ ୨୦୦୦ ଜଣ କୋବ୍ରା କମାଣ୍ଡୋଙ୍କୁ ମାଓ ଅପରେସନରେ ସୁକମା ଅଞ୍ଚଳକୁ ପଠାଯାଇଛି । କୋବ୍ରା କମାଣ୍ଡୋ ସୁକମାରେ ପହଞ୍ଚିବା ପରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ଏପରିକି ମାଓ କମାଣ୍ଡର କୋବ୍ରା ବାହିନୀ ଡରରେ ପଳାୟନ କରିଛନ୍ତି ।