କନକ ବ୍ୟୁରୋ : ଶୁକ୍ରବାର ମଧ୍ୟାହ୍ନରେ ହଠାତ କ୍ରାସ ହୋଇପଡିଛି ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ । ଆମେରିକାର ଫ୍ରଟିଅର ଏୟାଇଲାଇସେନ୍ସ କାର୍ୟ୍ୟ ବାଧାପ୍ରାପ୍ତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଧିରେ ଧିରେ ଅନ୍ୟ ଦେଶର ବିମାନ ସେବା ପ୍ରଭାବିତ ହେଉଥିବା ଜଣାପଡିଥିଲା । ଅନେକ ଦେଶରେ ବିମାନ, ମେଡିକାଲ, ଷ୍ଟକ ଏକ୍ସଚେଂଜ, ରେଳ, ପ୍ରସାରଣ ପରି ଯେଉଁ ଗୁଡିକ ଅନଲାଇନ ସେବା ପ୍ରଦାନ କରାଯାଏ ସେଗୁଡିକ ଅଧିକ ପ୍ରଭାବିତ ହୋଇପଡିଛି । ମାଇକ୍ରୋସପ୍ଟ ପକ୍ଷରୁ ଘଟଣା ବାବଦରେ ଏକ ବିବୃତି ଜାରି କରାଯାଇଛି ।ୟୁଜରର୍ସଙ୍କ କମ୍ପ୍ୟୁଟର ଓ ଲାପଟପରେ ନିଳରଙ୍ଗର ସ୍କ୍ରିନ ଦୃଶ୍ୟମାନ ହୋଇଛି । ମେସିନ ବାରମ୍ବାର ରିଷ୍ଟାର୍ଟ ଓ ସଟଡାଉନ ହେଉଛି । କ୍ରାଉଡ ଷ୍ଟ୍ରାଇକ ଅପଡେଟ ଏହାର ମୁଖ୍ୟ କାରଣ ।

Advertisment

କ୍ରାଉଡ ସିକ୍ୟୁରିଟି କ’ଣ?
କ୍ରାଉଡ ସିକ୍ୟୁରିଟି ଏକ ସାଇବର ସିକ୍ୟୁରିଟି ପ୍ଲାଟଫର୍ମ । ଏହା ୟୁଜର୍ସଙ୍କୁ ସିକ୍ୟୁରିଟି ସଲ୍ୟୁସନ ଦେଇଥାଏ । ସର୍ଭର କ୍ରାସ ପରେ ମେସିନର ସ୍କ୍ରିନ ନୀଳ ରଙ୍ଗ ହୋଇଥାଏ । କ୍ରାଉଡ ଷ୍ଟ୍ରାଇକରେ ଏକ ଆଟିଂଭାଇରସ ଅପଡେଟ କରିବା ଆବଶ୍ୟକ । ଠିକ ସମୟରେ ଏହାକୁ ଅପଡେଟ ନକରାଗଲେ ସର୍ଭର କ୍ରାସ ଭଳି ସମସ୍ୟା ଦେଖାଦିଏ ।

ସାରା ବିଶ୍ବରେ କ୍ରାସ ହେବା ପରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି । ବିମାନ,ବ୍ୟାଙ୍କି ସେବା, ସପିଂ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଭାବିତ ହୋଇଛି । ସପ୍ଟୱେୟାର କ୍ରାସ ହେବା ପରେ କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖାଦେଇଥିଲା । ପରେ ସମସ୍ତ ଜରୁରୀ ସେବା ପ୍ରଭାବିତ ହୋଇଥିବା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା । ଏଭଳି ସ୍ଥଳରେ ଲୋକଙ୍କ ମନରେ ଭୟର ବାତାରଣ ଖେଳିଛି ।

ଭିଓ-ଭାରତର ପାଂଚୋଟି ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ୍ ଭଳି ବିମାନ କମ୍ପାନୀ ସେବା ପ୍ରଭାବିତ ହୋଇଥିବା ନେଇ ଏକ୍ସରେ ସ୍ପଷ୍ଚୀକରଣ ରଖିଛନ୍ତି । ଯାତ୍ରୀଙ୍କୁ ଧୈାର୍ୟ୍ୟ ଧରିବାକୁ ବିମାନ କଂପାନୀ ପକ୍ଷରୁ ନିବେଦନ କରାଯାଇଛି । ଯାତ୍ରୀଙ୍କୁ ମାନୁଆଲ ଚେକ ଇନ ଓ ବୋଡିଂ ସୁବିଧା ଯୋଗାଇ ଦିଆଯାଇଛି ।

ଜରୁରୀକାଳୀନ ଭାବେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମସ୍ୟାର ସମାଧାନ କରାଯାଉଥିବା ମାଇକ୍ରୋସଫ୍ଚ ପକ୍ଷରୁ କୁହାଯାଇଛି ।