କନକ ବ୍ୟୁରୋ : ରାସ୍ତା ବୁଲୁଛି ହାତୀ । ଆଉ ଅତି ନିକଟରୁ ହାତୀର ଫଟୋ ନେଉଛନ୍ତି ଲୋକେ । ନା ଭୟ ନା ଡ଼ର ଏପରି ଅବସ୍ଥାରେ ହାତୀର ଅତି ନିକଟକୁ ଯାଇ ଫଟୋ ଉଠାଉଛନ୍ତି ଅମାନିଆ ଲୋକେ । ଗତ କିଛି ଦିନ ତଳେ ହାତୀ ଛୁଆ ଦେଖିବାକୁ ଯାଇଥିବାବେଳେ ୨ ଜଣଙ୍କ ଜୀବନ ଚାଳିଯାଇଥିଲା ଦନ୍ତା ଦଳିଦେବାରୁ । ହେଲେ ସେବେଠାରୁ ସେହି ପଳ୍ଲର ଗୋଟିଏ ଦନ୍ତା ହାତୀ ଏକାକି ଘୁରି ବୁଲୁଛି । ନିଦ୍ଧିଷ୍ଟ ଭାବେ ପ୍ରତ୍ୟୋକ ଦିନ ସନ୍ଧ୍ୟା ସମୟରେ ନିଧିଆପଲ୍ଲୀ ଓ ଖାରୀଗଡ଼ା ଗାଁ ନିକଟ ଦେଇ ଯିବା ଆସିବା କରୁଛି ।
ବିଜୟୱାଡ଼ା ରାଚିଂ କରିଡ଼’ର ଦେଇ ସବୁ ଦିନ ହାତୀ ଯିବା ଓ ଆସିବାକୁ ଦେଖିବା ପାଇଁ ପ୍ରତ୍ୟୋକ ଦିନ ୪ଟା ହୋଇଗଲେ ଲୋକଙ୍କ ଭିଡ଼ ଜମୁଛି । ବନ ବିଭାଗ କେବେ କେବେ ଘଉଡ଼ାଇବାକୁ ପହଁଚୁଛି ତ କେବେ ନାହିଁ । ଏଭଳି ସ୍ଥିତିରେ ହାତୀ ସହ ମାତି ଫଟୋ ଉଠାଇବା ନିସା ଲୋକଙ୍କୁ କାଳ ପାଲଟିବା ଭୟରେ ଅଚଂଳବାସୀ । କିଏ ମୋବାଇଲରେ ଫଟୋ ଓ ଭିଡ଼ିଓ ଉଠାଉଛି ତ, ଆଉ କିଏ ହାତୀର ଅତି ନିକଟକୁ ଯିବା ଲାଗି ଚେଷ୍ଟା କରୁଛି । ଏହାସହ ହାତୀକୁ ଦେଖି ପାଟିତୁଣ୍ଡ କରୁଛନ୍ତି । କିନ୍ତୁ ଦନ୍ତାଟି କାହାର କିଛି କ୍ଷତି କରୁନି । ପ୍ରତିଦିନ ଏଭଳି ଭାବେ ଏଠାରେ ଶତାଧିକ ଲୋକଙ୍କ ଭିଡ଼ ଜମୁଛି ।
ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ି ଅଟକି ରହିଥିବା ବେଳେ ଲୋଙ୍କ ଫଟୋ ଉଠା ନିସା ହାତି ଗୋଡ଼ାଇ ଆସିଲେ କୁଆଡ଼େ ଯିବେ ? ମରିବାଟା ସାର ହେବ । ତେଣୁ ବନବିଭାଗ ଦନ୍ତାର ସୁରକ୍ଷା ଓ ଲୋକଙ୍କ ସୁରକ୍ଷାକୁ ଆଖିଆଗରେ ରଖି କାମ କରିବାର ବେଳ ଆସିଥିବା କୁହାଯାଉଛି ।
Follow Us