ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପ୍ରଥମ ପସନ୍ଦ ।

182

କନକ ବ୍ୟୁରୋ : ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମିଛି ଗୋଆରେ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମୁଦ୍ର ତଟରେ ସମୟ ବିତାଇବା ସହ ନୂଆ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି ପର୍ଯ୍ୟଟକ । ୨୦୨୦ରେ କରୋନା କଟକଣା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।

ଗୋଆର ସମୁଦ୍ର କୂଳରେ ଏବେ ପର୍ଯ୍ୟଟକଙ୍କ ଭିଡ । ପ୍ରକୃତିର ମଜା ନେବା ସହ ନୂଆ ବର୍ଷ ସ୍ୱାଗତରେ ବିଭୋର ହୋଇଛନ୍ତି ପର୍ଯ୍ୟଟକ । ନୂଆ ବର୍ଷ ପାଳନ କରିବା ପାଇଁ କେତେକ ପର୍ଯ୍ୟଟକ ସବୁବେଳେ ଗୋଆ ଆସନ୍ତି । ଏବଂ ଏଠାରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କରନ୍ତି ।

କୋଭିଡ ମହାମାରୀ ଯୋଗୁଁ କଟକଣା ଲାଗିଥିବା ଯୋଗୁଁ ଗୋଆରେ ପର୍ଯ୍ୟଟନ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିଲା । ଏବେ କଟକଣା କିଛିଟା କୋହଳ ହେବା ପରେ ଗତ କିଛି ସପ୍ତାହ ଧରି ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।