ଚିତ୍କାର କରୁଛି ନେପାଳର ପୋଖରାନ: ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି

354

କନକ ବ୍ୟୁରୋ: ରବିବାର ଘଟିଛି ବଡଧରଣର ଦୁର୍ଘଟଣା । ନେପାଳରେ ଘଟିଛି ବଡ ଧରଣର ବିମାନ ଦୁର୍ଘଟଣା । ତେବେ କେଉଁ ପରିସ୍ଥିତିରେ ହୋଇଥିଲା ଏହାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ସୋମବାର ଦୁର୍ଘଟଣାସ୍ଥଳରେ ପହଁଚିଛି ନେପାଳ ସେନା ଓ ତଦନ୍ତକାରୀ ଦଳ । ସୂଚନା ଅନୁସାରେ ଦୁର୍ଘଟଣାସ୍ଥଳରୁ ମିଳିଛି ବିମାନର ବ୍ଲାକ ବସ । ନେପାଳ ଏୟାରଲାଇନ୍ସର ସିଭିଲ ଏଭିଏସନକୁ ବ୍ଲାକବସ ହସ୍ତାନ୍ତର କରିଛି ନେପାଳ ସେନା । ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶବବ୍ୟବଚ୍ଛେଦ ଚାଲିଛି । ଶବ ଚିହ୍ନଟ ପାଇଁ ପୋଖରାନକୁ କାଠମାଣ୍ଡରୁ ସ୍ୱତନ୍ତ୍ର ଫୋରେନ୍ସିକ ଟିମ ପହଁଚିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶବ ଗୁଡିକୁ ଚିହ୍ନିବା ମୁସ୍କିଲ ହୋଇପଡିଛି । ୟେତି ବିମାନବନ୍ଦରରୁ ସମସ୍ତ ବିମାନ ଉଡାଣ ଜାନୁଆରୀ ୧୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ନେପାଳ ସେନାର ମୁଖପାତ୍ର କୃଷ୍ଣ ପ୍ରସାଦ ଭଣ୍ଡାରୀ ସୂଚନା ଦେଇଛନ୍ତି କି ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ କ୍ରିୟଙ୍କୁ ମୃତ୍ୟୁ ହୋଇଛି ୭୨ଜଣଙ୍କ ମଧ୍ୟରୁ ୬୮ଜଣଙ୍କ ଶବ ଉଦ୍ଧାର କରାଯାଇଛି । ୩୫ଜଣଙ୍କ ଶବ ଚିହ୍ନଟ ହୋଇଛି । ସେପଟେ ମୃତ ୫ଜଣ ଭାରତୀୟଙ୍କ ଶବ ଖୁବ ଶିଘ୍ର ସ୍ୱଦେଶକୁ ଅଣାଯିବ । ଶବକୁ ଆଣିବା ପାଇଁ ଭାରତୀୟ ଦୂତାବସ ଅଧିକାରୀ ପୋଖରାନରେ ପହଁଚିଛନ୍ତି । ବିମାନଦୁର୍ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।