କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତରେ ବିଦେଶ ନେତାଙ୍କ ଭିଡ । ରୁଷ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋଭ ଭାରତ ଗସ୍ତରେ ଆସିଛନ୍ତି । ଆଜି ଲାଭରୋଭ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ରୁଷ ବିଦେଶ ମନ୍ତ୍ରୀ ଲାଭରୋଭଙ୍କ ଗସ୍ତକୁ ଆମେରିକା ବିରୋଧ କରି ଭାରତ ବିରୋଧୀ ମନ୍ତବ୍ୟ ଦେଇଛି । ଯୁଦ୍ଧ ଭିତରେ ରୁଷ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଅନ୍ୟପଟେ ଭାରତକୁ ରୁଷ ବିରୋଧରେ ମନାଇବା ପାଇଁ ଆମେରିକା ଓ ୟୁରୋପର ନେତା ମଧ୍ୟ ଭାରତ ଗସ୍ତରେ ଅଛନ୍ତି । ସେହିପରି ଏନଏସଏ ଅଜିତ ଡୋଭାଲ ତାଙ୍କ ଜର୍ମାନୀ ପ୍ରତିପକ୍ଷ ଜେନ୍ସ ପ୍ଲଟନରଙ୍କ ସହ କଥା ହୋଇଥିଲେ । ବ୍ରିଟେନ୍ ବିଦେଶ ସଚିବ ଏଲିଜାବେଥ୍ ଟ୍ରସ୍ ଓ ଆମେରିକା ଉପ ଏନଏସଏ ଦିଲ୍ଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଅଛନ୍ତି ।
ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ‘ବାଡି ନ ଭାଙ୍ଗୁ କି ସାପ ନ ମରୁ ଆଭିମୂଖ୍ୟ ଆମେରିକାକୁ ନିରାଶ କରିଛି । ଏସବୁ ଭିତରେ ଋଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭ ଭାରତ ଗସ୍ତରେ ଆସୁଛନ୍ତି । ଦୁଇ ଦେଶ ମଧ୍ୟରେ ବୈଠକ ବସିବ । କିନ୍ତୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକାର ଜାତୀୟ ସୁରକ୍ଷା ଉପ ପରାମର୍ଶଦାତା ଦିଲିପ ସିଂ କହିଛନ୍ତି, ଚୀନ ଏଲଏସି ଅତିକ୍ରମ କଲେ ଋଷ ଠାରୁ ଭାରତ ସହଯୋଗ ଆଶା କରିବା ଅନୁଚିତ ।
ତେବେ ଭାରତ ଋଷ ଠୁ ତେଲ କିଣୁଥିଲେ ମଧ୍ୟ ଭାରତ ପାଇଁ ରେଡ ଲାଇନ୍ ସ୍ଥିର କରାଯାଇନଥିବା ସେ କହିଛନ୍ତିି । ଋଷ-ୟୁକ୍ରେନ ପ୍ରସଙ୍ଗରେ ଭାରତ ନିରପେକ୍ଷ ରହିଛି । ଯୁଦ୍ଧ ନୁହେଁ ଆଲୋଚନା ଜରିଆରେ ବିବାଦର ସମାଧାନ ହୋଇପାରିବ ବୋଲି ଭାରତ କହିଛି । ଜାତିସଂଘରେ ରୁଷ ବିରୋଧରେ ଭୋଟିଂ ହୋଇଥିଲ।। ହେଲେ ଭାରତ ଅନୁପସ୍ଥିତ ରହିଥିଲା । ନିକଟରେ କିନ୍ତୁ ସମାନ ପ୍ରସଙ୍ଗରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲା ଅଷ୍ଟ୍ରେଲିଆ । ଭାରତର ବୈଦେଶିକ ନୀତି ଚାପ ମୁକ୍ତ ବୋଲି କହିଥିଲା । ଭାରତ-ରୁଷ ବୈଠକ ଅଶୋଧିତ ତେଲ କିଣାକୁ ନେଇ ହେବ । ଏହି ଡିଲ ନେଇ କୌଣସି ଆପତି ନାହିଁ ବୋଲି ଆମେରିକା ନିକଟରେ କହିଥିଲା ।