ପୁନୀତ ରାଜକୁମାରଙ୍କ ଶେଷ ଦର୍ଶନ ପାଇଁ ପ୍ରଶଂସକଙ୍କ ଭିଡ: ରବିବାର ସମ୍ପନ ହେବ ଶେଷକୃତ୍ୟ 

123

କନକ ବ୍ୟୁରୋ: ବେଙ୍ଗାଲୁର କାନ୍ତୀରବା ଷ୍ଟାଡିୟମରେ ଚାଲିଛି କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଶେଷ ଦର୍ଶନ  । ରବିବାର ରାଜକୀୟ ସମ୍ମାନ ସହ ପୁନୀତଙ୍କ ଅନ୍ତିମସଂସ୍କାର କରାଯିବ । ଶହ ଶହ ସଂଖ୍ୟକ ପ୍ରଂଶସକ ଏଠାରେ ପହଁଚି ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ରାଜନେତାଠୁ ଅଭିନେତା । ସମସ୍ତେ ପହଁଚି ନିଜ ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନ କରିଛନ୍ତି ।

ପୁନୀତଙ୍କ ଶେଷ ଦର୍ଶନ କରିବା ପାଇଁ କାନ୍ତିବୀରା ଷ୍ଟାଡିୟମରେ ପହଁଚିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ । ଦକ୍ଷିଣଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଓ କୋରିଓଗ୍ରାଫର ବେଙ୍ଗାଲୁରରେ ପହଁଚି ପୁନୀତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପୁନୀତଙ୍କ ହଠାତ ବିୟୋଗ କଳାକଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ପ୍ରଭୁଦେବା । ସେପଟେ ପ୍ରିୟ ଅଭିନେତାଙ୍କ ବିୟୋଗରେ ମର୍ମାହତ ହୋଇ ୩ଜଣ ପ୍ରଂଶସକଙ୍କ ଦୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।