ସାର ପାଇଁ ଚାଷୀ ଅଶାନ୍ତି : ୧୭୦୦ ବସ୍ତା ପାଇଁ ୩ହଜାର ଚାଷୀଙ୍କ ଭିଡ

 ଭିଡ ନିୟନ୍ତ୍ରଣ ପାଇଁ ନାକେଦମ ପୋଲିସ

130

କନକ ବ୍ୟୁରୋ : ସାର ପାଇଁ ଚାଷୀ ଅଶାନ୍ତି । ୟୁରିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ଠେଲା ପେଲା, ପଥର ମାଡ଼ ଭଳି ଚିତ୍ର ନବରଙ୍ଗପୁରରେ ଦେଖିବାକୁ ମିଳିଛି । ନବରଙ୍ଗପୁର କୋଷମୁଡ଼ାରେ ଥିବା ଲ୍ୟାମ୍ପସରେ ସାର ପାଇଁ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଏପରିକି ପୋଲିସ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା ।

ସୁଚନା ଅନୁସାରେ କୋଷାମଗୁଡ଼ା ଲ୍ୟାମ୍ପସକୁ ମାତ୍ର ୧୭୦୦ ବସ୍ତା ସାର ଆସିଥିବା ବେଳେ ଏହାକୁ ନେବା ପାଇଁ ୩ହଜାରରୁ ଅଧିକ ଲୋକ ଭିଡ଼ ଜମାଇଥିଲେ । ଯେତିକି ପରିମାଣରେ ସାର ଆସିବା କଥା ତା’ ଠାରୁ କମ୍ ସାର ଆସିଥିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବରୁ ଲ୍ୟାମ୍ପସ ପରିଚାଳକ ଏବଂ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପରିମାଣ ସାର ଯୋଗାଇଦେବାକୁ କହିଥିଲେ । ହେଲେ ଆଜି ମାତ୍ର ୩ଗାଡ଼ି ତଥା ୧୭୦୦ ପ୍ୟାକେଟ ୟୁରିଆ ସାର ଲ୍ୟାମ୍ପସକୁ ଆସିଥିଲା । ଯାହାକୁ ନେଇ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସାର ସମସ୍ୟାକୁ ନେଇ କୋଷମଗୁଡ଼ା ଅଂଚଳ ଚାଷୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନି ଦେଇଛନ୍ତି ।