କନକ ବ୍ୟୁରୋ : ରାଜଧାନୀର ଏକ ମାଛ ମାର୍କେଟରେ ପ୍ରବଳ ଭିଡ଼ । ମାନିଲେନି କରୋନା ନୀୟମ । ଆମିଷ ଖାଇବା ଲୋଭରେ ସାମାଜିତ ଦୁରତା ମଧ୍ୟ ରଖିଲେନି । ଘଟଣାସ୍ଥଳରେ ପୋଲିସ ପହଂଚି ଅମାନିଆଙ୍କୁ ସାବାଡ଼ କରିଛି । ଚାଲାଣ କାଟିବା ସହ ଲୋକଙ୍କୁ ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛି ପୋଲିସ ।
ସୁଚନା ଅନୁସାରେ ଏହି ମାଛ ମାର୍କେଟଟି ଭୁବନେଶ୍ୱରର ଓଲଡ଼ ଟାଉନ୍ ଅଂଚଳର । ରାଜଧାନୀରେ କରୋନା ସଂକ୍ରମଣ ଅଧିକ ରହୁଥିବା ବେଳେ ପୋଲିସ କଡ଼ା କଡ଼ି କରୁଛି ଚେକିଂ । ଲୋକଙ୍କୁ କରୋନା ନିୟମ ମାନିବାକୁ ସଚେତନ କରିବା ସହ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/11-4.jpg)