ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ବିଧାୟକଙ୍କ ଗହଳି: କିଛି ସମୟରେ ବିଧାୟକ ଦଳ ବୈଠକ

225

କନକ ବ୍ୟୁରୋ: କିଛି ସମୟ ପରେ ଆରମ୍ଭ ହେବ ବିଜେପି ବିଧାୟକ ଦଳର ବୈଠକ । ଜଣ ଜଣ କରି ବିଜୟୀ ବିଜେପି ବିଧାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ୪.୩୦ରେ ବିଧାୟକ ଦଳର ବୈଠକ ଆରମ୍ଭ ହେବ । ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକ କରିବେ । ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମୋହର ମାରିବେ ।