ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କ ଭିଡ଼: ସମର୍ଥକଙ୍କ ସହ ବାୟୋଡାଟା ଧରି ପହଂଚିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

365

କନକ ବ୍ୟୁରୋ: ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ । ସମର୍ଥକଙ୍କ ସହ ବାୟୋଡାଟା ଧରି ନବୀନ ନିବାସରେ ପହଂଚୁଛନ୍ତି ନେତା । ବହୁ ବରିଷ୍ଠ ନେତାଙ୍କ ସହ ଯୁବ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ନବୀନ ନିବାସରେ ଦିନରୁ ରାତି ନେତାଙ୍କ ଗହଳଚହଳ ଲାଗିଛି । ଆଜି ଦିନ ତମାମ୍ ବହୁ ନେତା ଆସିଛନ୍ତି । ହାତରେ ବାୟୋଡାଟା ଧରି ନବୀନ ନିବାସ ଆସିଥିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । କେନ୍ଦ୍ରାପଡାରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି ସିପ୍ରା । ସେହିଭଳି କଟକ ମେୟର ସୁବାସ ସିଂ, ପହ୍ମନାଭ ବେହେରା, ଭୁବନେଶ୍ୱର ମଧ୍ୟ ପାଇଁ ଅମରେଶ ଜେନା, ବାଲିକୁଦା-ଏରସମା ପାଇଁ ସୌମ୍ୟଜିତ୍ ମହାପାତ୍ର ନବୀନ ନିବାସରେ ପହଂଚି ନିଜର ଦାବି ଜଣାଇଛନ୍ତି । ସୌମ୍ୟଜିତ୍ଙ୍କ ସମର୍ଥକ କହିଛନ୍ତି, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳି ଜଣେ ଯୁବ ନେତାଙ୍କୁ ଚାହୁଁଛି । ତେଣୁ ସୌମ୍ୟଜିତ୍ଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।