ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ । ବରୀ ନିର୍ବାଚନ ମଣ୍ଡଳୀ ପାଇଁ ୬ ପ୍ରାର୍ଥୀ ।

2,765

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ନିବାସରେ ଲାଗିଛି ଟିକେଟ ଆଶାୟୀଙ୍କ ଭିଡ । ବିଶେଷକରି ଯେଉଁସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବା ଏକପ୍ରକାର ନିଶ୍ଚିତ ସେହି ସବୁ ଆସନ ପାଇଁ ଟିକେଟ ଆଶାୟୀ ନବୀନ ନିବାସରେ ପହଞ୍ଚୁଛନ୍ତି । ଆଉ ଟିକେଟ ପାଇଁ ଲବି କରୁଥିବା ଦେଖିବାକୁ ମିଳିଛି ।ଏହି କ୍ରମରେ ବରୀ ନିର୍ବାଚନ ମଣ୍ଡଳରୁ ପ୍ରାର୍ଥୀ ହେବା ପାଇଁ ଲବି ଆରମ୍ଭ କରିଛନ୍ତି ଆଶାୟୀ ପ୍ରାଥୀ ଜ୍ୟୋତିର୍ବିଦ ବିଭୁପ୍ରସାଦ ରଥ । ବରୀରେ ସଂଗଠନ ଚଳାଇଥିବା ବିଭୁପ୍ରସାଦ, ନିଜର ସମର୍ଥକମାନଙ୍କ ସହ ନବୀନ ନିବାସରେ ପହଞ୍ଚି ଟିକେଟ ପାଇଁ ବାୟୋଡାଟା ଦେଇଛନ୍ତି । ତେବେ ନେତୃବୃନ୍ଦ ନିଷ୍ପତ୍ତିି ନେବେ ବୋଲି କହିଛନ୍ତି । ବରୀ ନିର୍ବାଚନ ମଣ୍ଡଳୀରେ ୫ରୁ ୬ଜଣ ବିଜେଡି ଟିକେଟ ଆଶାୟୀ ଥିବା କୁହାଯାଉଛି । କିନ୍ତୁ କାହାକୁ ଟିକେଟ ମିଳିବ ତାହା ସୁପ୍ରିମୋଙ୍କ ଉପରେ ନିର୍ଭର କରୁଛି ।