ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ଜାମନଗରରେ ଅତିଥିଙ୍କ ଭିଡ଼: ଦେଶବିଦେଶରୁ ଆସି ପହଁଚିଛନ୍ତି ନାମୀଦାମୀ କଳାକାର

342

କନକ ବ୍ୟୁରୋ: ମାର୍ଚ୍ଚ ୧ଠାରୁ ୩ଦିନ ଧରି ଜାମନଗରରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ । ଉତ୍ସବମୁଖର ଅମ୍ବାନୀ-ମର୍ଚ୍ଚାଂଟ ପରିବାର । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଟଙ୍କ ବାହାଘର ପୂର୍ବରୁ ଜାମନଗରରେ ୩ଦିନିଆର ପ୍ରି-ୱେଡିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ପୂର୍ବରୁ ୨୮ ତାରିଖ ଦିନ ବିଶାଳ ଅନ୍ନସେବା କରିଛନ୍ତି ଉଭୟ ପରିବାର । ପାଖାପାଖି ୬୦ହଜାର ଅତିଥିଙ୍କୁ ଭଳିକି ଭଳି ଖାଦ୍ୟ ପରଷାଯାଇଛି । ନିଜେ ଅନନ୍ତ ଓ ରାଧିକା ମଧ୍ୟ କୁନି କୁନି ପିଲା, ବୟସ୍କ ବ୍ୟକ୍ତିଙ୍କୁ ଖାଦ୍ୟ ପରଷିଥିଲେ । ସେପଟେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ମଧ୍ୟ ନିଜ ହାତରେ ଅତିଥିଙ୍କୁ ଖାଦ୍ୟ ପରଷିଥିଲେ । ବାହାଘର ହେଉ ବା ଅନ୍ୟ କୌଣସି ବଡ କାର୍ଯ୍ୟକ୍ରମ ପୂର୍ବରୁ ଅନ୍ନସେବା କରିଥାନ୍ତି ଅମ୍ବାନୀ ପରିବାର । ପୂର୍ବରୁ ବଡ ପୁଅ ଆକାଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀଙ୍କ ବାହାଘର ପୂର୍ବରୁ ମଧ୍ୟ ହଜାର ସଂଖ୍ୟକ ଅତିଥିଙ୍କୁ ଅନ୍ନସେବା କରାଯାଇଥିଲା ।

ସେପଟେ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜାମନଗରରେ ପହଁଚିଲେଣି ଅତିଥି । ଅମିତାଭ ବଚ୍ଚନ, ସଲମାନ ଖାନ, ରଣବୀର କପୁର, ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନଙ୍କ ସହ ଅନେକ ବିଦେଶୀ ଅତିଥି ପହଁଚିଛନ୍ତି । ସେପଟେ ୩ଦିନ ଧରି ଚାଲିବ ନୃତ୍ୟୁ-ଗୀତର ଆସର । ସୂଚନା ଅନୁସାରେ ଏହି ଖାସ କାଯ୍ୟକ୍ରମ ପାଇଁ ଏକ ହଜାର ନାମୀଦାମୀ ଅତିଥି ଯୋଗ ଦେବେ । ସେପଟେ ଦେଶବିଦେଶର ଅନେକ ନାମୀଦାମୀ କଳାକାର ମଧ୍ୟ ଜାମନଗର ପହଁଚୁଛନ୍ତି । ମାର୍ଚ୍ଚ ୧ରୁ ୩ଦିନ ଧରି ଅମ୍ବାନୀ-ମର୍ଚ୍ଚାଟଂ ପରିବାର କାର୍ଯ୍ୟକ୍ରମରେ ଦୁଲୁକିବ ପୂରା ଜାମନଗର । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ବ୍ୟବସାୟୀ ବିରେନ୍ ଓ ଶୀଲା ମର୍ଚାଂଟ୍ଙ୍କ ଅଲିଅଳି ଝିଅ ରାଧିକା ମର୍ଚ୍ଚାଂଟ୍୧୨ ଜୁଲାଇରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି ।