କନକ ବ୍ୟୁରୋ: ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା ଚାଲିଛି । ଆଜି ମା’ ଷୋଡଷୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବେଳେ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ । ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମୁଛି ।

Advertisment

publive-imageକଟକର ଅନ୍ୟତମ ଶକ୍ତିପୀଠ ମା’ ଗଡଚଣ୍ଡୀଙ୍କ ମନ୍ଦିରରେ ଚାଲିଛି ନବଦିନାତ୍ମକ ପୂଜା । ମା’ ବିଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ଆଜି ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଭୋରରୁ ମା’ଙ୍କ ସକାଳ ଧୂପ ପରେ ଏହି ବେଶ ଅନୁଷ୍ଠିତ ହୋଇଛି ।

ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ମାଆଙ୍କୁ ପାଦ ଦର୍ଶନ ଓ ରଥ ଯାତ୍ରା ଆରମ୍ଭ ହୋଇଛି । ସକାଳୁ ସକାଳୁ ବୈତରଣୀ ଜଳରେ ମାଆଙ୍କୁ ସ୍ନାନ କରାଇବା ପରେ ଦର୍ଶନ ଆରମ୍ଭ ହୋଇଛି । ଯେଉଁଥି ପାଇଁ ଭୋର ସମୟରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଲଗାଇଛନ୍ତି ।