ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି। ପେଟ୍ରୋଲ ନମିଳିବା ଆଶାରେ ତେଲ ଟାଙ୍କିରେ ଲମ୍ବା ଲାଇନ।

ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି। ପେଟ୍ରୋଲ ନମିଳିବା ଆଶାରେ ତେଲ ଟାଙ୍କିରେ ଲମ୍ବା ଲାଇନ।

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି । ପେଟ୍ରୋଲ ନ ମିଳିବା ଆଶଙ୍କାରେ ଜମିଛି ଗ୍ରାହକଙ୍କ ଭିଡ । ଗାଡିରେ ତେଲ ପକାଇବାକୁ ଲାଗିଛି ଦୁଇ ଚକିଆ, ଚାରି ଚକିଆ ଗାଡିର ଲମ୍ବା ଲାଇନ୍ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ପେଟ୍ରୋଲ ଡିଜେଲ ମିଳୁନଥିବା ବେଳେ ଯେଉଁ କିଛି ସ୍ଥାନରେ ମିଳୁଛି ସେଠାରେ ଲୋକଙ୍କ ଭିଡ ଜମିଛି । ତେଲ ସରିଯିବା ଭୟରେ ପେଟ୍ରୋଲ ଟାଙ୍କିରେ ଲୋକଙ୍କ ଗହଳି ଲାଗିଛି ।

ଆନ୍ଦୋଳନ ଯୋଗୁ ଡିପୋରୁ ବାହାରିପାରୁନି ତେଲ ଟ୍ୟାଙ୍କର । ଭୁବନେଶ୍ୱରର କିଛି ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ବି ହୋଇଗଲାଣି । ଆନ୍ଦୋଳନ ଯୋଗୁ ତେଲ ପରିବହନ ହୋଇପାରୁନଥିବା ବେଳେ ତେଲ ଅଭାବ ଯୋଗୁ ପେଟ୍ରୋଲ ଡିଜେଲ କିଣିବାକୁ ପେଟ୍ରୋଲ ପମ୍ପ ନିକଟରେ ଭିଡ ଲଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe