କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଗହଳି । ପେଟ୍ରୋଲ ନ ମିଳିବା ଆଶଙ୍କାରେ ଜମିଛି ଗ୍ରାହକଙ୍କ ଭିଡ । ଗାଡିରେ ତେଲ ପକାଇବାକୁ ଲାଗିଛି ଦୁଇ ଚକିଆ, ଚାରି ଚକିଆ ଗାଡିର ଲମ୍ବା ଲାଇନ୍ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ପେଟ୍ରୋଲ ଡିଜେଲ ମିଳୁନଥିବା ବେଳେ ଯେଉଁ କିଛି ସ୍ଥାନରେ ମିଳୁଛି ସେଠାରେ ଲୋକଙ୍କ ଭିଡ ଜମିଛି । ତେଲ ସରିଯିବା ଭୟରେ ପେଟ୍ରୋଲ ଟାଙ୍କିରେ ଲୋକଙ୍କ ଗହଳି ଲାଗିଛି ।
ଆନ୍ଦୋଳନ ଯୋଗୁ ଡିପୋରୁ ବାହାରିପାରୁନି ତେଲ ଟ୍ୟାଙ୍କର । ଭୁବନେଶ୍ୱରର କିଛି ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ବି ହୋଇଗଲାଣି । ଆନ୍ଦୋଳନ ଯୋଗୁ ତେଲ ପରିବହନ ହୋଇପାରୁନଥିବା ବେଳେ ତେଲ ଅଭାବ ଯୋଗୁ ପେଟ୍ରୋଲ ଡିଜେଲ କିଣିବାକୁ ପେଟ୍ରୋଲ ପମ୍ପ ନିକଟରେ ଭିଡ ଲଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-16-15h11m44s197.jpg)