କନକ ବ୍ୟୁରୋ : ଟିକେଟ ମିଳିବା ପରେ ନବୀନ ନିବାସରେ ଲାଗିଛି ପ୍ରାର୍ଥୀଙ୍କ ଭିଡ଼ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ପହଁଚିଛନ୍ତି ପ୍ରାର୍ଥୀ । ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରେ ପହଁଚିଛନ୍ତି । ପୂର୍ବରୁ ପ୍ରସନ୍ନ ସମ୍ବଲପୁରରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ବେଳେ ଏଥର ରେଢାଖୋଲରୁ ନିର୍ବାଚନ ଲଢ଼ିବେ ।
ସେହିପରି କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ହିନ୍ଦୋଳ ବିଧାନସଭା ପ୍ରାର୍ଥୀ ସୀମା ନାୟକ, ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ ମଧ୍ୟ ପହଁଚିଛନ୍ତି । ଜୟପୁରରୁ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ଏଥିପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇନ୍ଦିରା । ଏହାଛଡ଼ା ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ, ଦେବଗଡ଼ର ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ଟିକେଟ ପାଇଥିବା ସଂଯୁକ୍ତ ସିଂ ଓ ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଅନୁଗୁଳ ପ୍ରାର୍ଥୀ ସଂଯୁକ୍ତା ସିଂହ ଓ ପଦ୍ମପୁରରୁ ପ୍ରାର୍ଥୀ ହୋଇଥିବା ବର୍ଷା ସିଂହ ବରିହା ମଧ୍ୟ ନବୀନ ନିବାସରେ ପହଁଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-18-at-12.37.14-PM.png)