ଭକ୍ତିର ରେକର୍ଡ଼ ଭାଙ୍ଗିଲା ୨୦୧୮ର ଆରମ୍ଭ ! ପୁରୀରେ ଦେଖିବାକୁ ମିଳିଲା ରଥଯାତ୍ରା ଭଳି ଭିଡ, ନନ୍ଦନକାନନରେ ପହଞ୍ଚିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

28

କନକ ବ୍ୟୁରୋ : ପୁରୀରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ । ଠାକୁର ଦର୍ଶନରୁ ନୂଆବର୍ଷର ଆରମ୍ଭ କରିବାର ଇଚ୍ଛା ନେଇ ଶ୍ରୀକ୍ଷେତ୍ରରେ ଆଜି ପ୍ରାୟ ୮ ଲକ୍ଷ ଭକ୍ତ ଜଗନ୍ନାଥ ଦର୍ଶନ କରିଛନ୍ତି । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ନୂଆବର୍ଷରେ ନୂଆ ରେକର୍ଡ ଛୁଇଁଲା ନନ୍ଦନକାନନ ।

vlcsnap-2018-01-01-20h37m09s200ଜଗନ୍ନାଥ ଦର୍ଶନରୁ ହେଉ ବର୍ଷର ଆରମ୍ଭ, ହସଖୁସି ଓ ସୁଖ-ସବୃଦ୍ଧିରେ ପୁରି ଉଠୁ ପରିବାର । ଏଭଳି କିଛି ଆଶା ରଖି ଶ୍ରୀକ୍ଷେତ୍ର ଛୁଟି ଆସିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପୁରୀରେ ହୋଇଥିଲା ରଥଯାତ୍ରା ଭଳି ଭିଡ଼ । ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୱାନ୍ ୱେ ବ୍ୟାରିକ୍ୟାଟ୍ ବ୍ୟବସ୍ଥା ହୋଇଥିବା ବେଳେ ପ୍ରସ୍ଥାନ ପାଇଁ ୩ଟି ଦ୍ୱାର ପ୍ରସ୍ତୁତ ହୋଇଥିଲା । ଆଉ ଏସବୁ ଭିତରେ ନୂଆବର୍ଷ ପାଇଁ ମଧ୍ୟରାତ୍ରୀରୁ ଖୋଲିଯାଇଥିଲା ସିଂହଦ୍ୱାର ।

କେବଳ ସାଧାରଣ ଲୋକ ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରି, ରାଜ୍ୟବାସୀଙ୍କ ପାଇଁ ଶୁଭକାମନା କରିଛନ୍ତି । ଠାକୁର ଦର୍ଶନରେ ଜଗମୋହନ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାତି ଗୋଟିଏ ୨୫ରେ ଶ୍ରୀମନ୍ଦିର ଦ୍ୱାରା ଫିଟିଥିବା ବେଳେ ମଧ୍ୟରାତ୍ରୀରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ରଥଯାତ୍ରା ଭଳି ପୁରୀରେ ଦେଖିବାକୁ ଭିଳିଛି ଭକ୍ତଙ୍କ ଭିଡ । ପ୍ରାୟ ୮ଲକ୍ଷ ଲୋକ ଏଥର ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପହଂଚିଥିବା ସୂଚନା ମିଳିଛି ।

nandankananକେବଳ ପୁରୀ ନୁହେଁ ବରଂ ନୂଆବର୍ଷରେ ଭୁବନେଶ୍ୱରର ନନ୍ଦନକାନନରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ନୂଆ ରେକର୍ଡ ଛୁଇଁଲା ନନ୍ଦନକାନନ । ପର୍ଯ୍ୟଟକ ବଢ଼ିଲେ, ରାଜସ୍ୱ ବଢ଼ିଲା । ୨୦୧୭ର ଶେଷ ଦିନ ଏବଂ ୨୦୧୮ର ପ୍ରଥମ ଦିନରେ ନନ୍ଦନକାନନରେ ଦେଖିବାକୁ ମିଳିଛି ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ । ଡିସେମ୍ବର ୩୧ ଆର୍ଥତ୍ ନୂଆବର୍ଷର ଠିକ୍ ପୂର୍ବ ଦିନ ନନ୍ଦନକାନନରେ ମୋଟ୍ ୩୮ ହଜାର ୮୪୩ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ୍ ବିକ୍ରିରୁ ଜଣାପଡ଼ିଛି । ୨୦୧୫ରେ ଯେଉଁ ସଂଖ୍ୟା ୨୮ ହଜାର ୮୬୭ ଏବଂ ୨୦୧୬ରେ ଯାହା ୨୯ ହଜାର ୧୭୪ ଥିଲା । ସେହିପରି ବର୍ତମାନ ସୁଦ୍ଧା-୪୩ ଲକ୍ଷ ୭ହଜାର ୫୨୫ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିଦର୍ଶନ କରିଛନ୍ତି ।

ଇଂରାଜୀ ନବବର୍ଷକୁ ଓଡ଼ିଆ ଢ଼ଙ୍ଗରେ ପାଳନ କରିବା ପାଇଁ ଓଡ଼ିଶାରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଯାହା ପୁରୀ ଏବଂ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଏହି ସଂଖ୍ୟା ହିଁ ବୟାନ କରୁଛି ।