କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଭିଡ । ନାହିଁ ସାମାଜିକ ଦୂରତା, ଠେଲାପେଲାରେ ୩ ମହିଳା ଆହାତ

91

କନକ ବ୍ୟୁରୋ: ଟୀକା ନେବା ପାଇଁ ଠେଲାପେଲାରେ ୩ ଆହାତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ କରୋନା ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା । ହେଲେ ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିଲା । କାହାରି ମଧ୍ୟରେ ସାମାଜିକ ଦୂରତା ନଥିଲା । ତେଣୁ ଟୀକା ନେବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ୩ ମହିଳା ଆହାତ ହୋଇଛନ୍ତି । ଅନ୍ୟପଟେ ଟୀକାକେନ୍ଦ୍ରରେ ପୋଲିସ ମୁତୟନ ଥାଇ ଭିଡ ନିୟନ୍ତ୍ରଣ କରୁନଥିବା ଅଭିଯୋଗ କରିଛନ୍ତି ।